କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ, ଭାଇ ଓ ଭଉଣୀ ହିଁ ଯଥେଷ୍ଟ: ଯୋଗୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବଚାନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀ କଂଗ୍ରେସ ଦଳକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସକୁ ବୁଡ଼ାଇବାକୁ ଆଉ କାହାର ଆବଶ୍ୟକତା ନାହିଁ । ଭାଇ ଓ ଭଉଣୀ ଅର୍ଥାତ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଏହା ପାଇଁ ଯଥେଷ୍ଟ । ଏହା ପୂର୍ବରୁ ଉତ୍ତରପ୍ରଦେଶରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପୂର୍ବରୁ ହୋଇ ନାହିଁ । ହେଲେ ଆମ ସରକାର ଆଇନ ଶୃଙ୍ଖଳାକୁ ଧ୍ୟାନ ଦେଇଛି । ରାଜ୍ୟର ବିକାଶକୁ ବିରୋଧୀ ଦଳ ଦେଖୁନାହାନ୍ତି । ତେଣୁ ସେମାନେ ଅର୍ଥହୀନ ବିବୃତ୍ତି ଦେଉଛନ୍ତି । ଆମେ ଯାହା କହିଛୁ ତାହା କରିଛୁ । ଡବଲ ଇଞ୍ଜିନ ସରକାର ଲୋକଙ୍କ ଆଶା ପୂରଣ କରିଛନ୍ତି ବୋଲି ଯୋଗୀ କହିଛନ୍ତି ।

ସେପଟେ ଏଥର ନିର୍ବାଚନକୁ ନେଇ ମଧ୍ୟ ଯୋଗୀ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ପ୍ରଥମ ପର୍ଯ୍ୟାୟ ପରେ ଉତ୍ତରପ୍ରଦେଶରେ ବହୁମତ ସହ ବିଜେପି ସରକାର ଗଠନ କରିବ ବୋଲି ପରିସ୍ଥିତି ସ୍ପଷ୍ଟ ହୋଇଯାଉଛି । ଆମ ସହିତ ୮୦ ପ୍ରତିଶତ ଲୋକ ଅଛନ୍ତି ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଅନ୍ୟପଟେ ୟୁପି ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଗୋଆରେ ମତଦାନ ଚାଲିଛି । ୟୁପିର ୫୫ଟି ବିଧାନସଭା ଆସନରେ ମତଦାନ ଚାଲିଛି । ଏହା ମଧ୍ୟରେ ଯୋଗୀଙ୍କ ବୟାନ ବର୍ତ୍ତମାନ ସାରା ଦେଶର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts