ଆମେରିକା ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ଉତ୍ତର କୋରିଆ !

ପୋଙ୍ଗୟାଙ୍ଗ: ଆମେରିକାକୁ ପୁଣି ନାଲି ଆଖି ଦେଖାଇଲା ଉତ୍ତର କୋରିଆ । ସେ ପୁଣି ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ନେଇ । ୨୦୧୭ ପରେ ଏବେ ପୁଣିଥରେ ପରମାଣୁ ପରୀକ୍ଷଣ କରିବା ନେଇ ସୂଚନା ଦେଇଛି ଉତ୍ତରକୋରିଆ।

ଏନେଇ ନିଜେ ସଂକେତ ଦେଇଛନ୍ତି ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ। ଗୁରୁବାର ଏ ନେଇ ଉତ୍ତର କୋରିଆ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ମିଡିଆ ଖବର ଅନୁସାରେ, ଗୁରୁବାର କିମ ଜଙ୍ଗ ଉନ କହିଛନ୍ତି ଯେ କୌଣସି ସମସ୍ୟା ହେଲେ ଆମେରିକାକୁ ମୁକାବିଲା କରିବା ପାଇଁ ଦେଶରେ ପରମାଣୁ ଅସ୍ତ୍ରର ପରିଚାଳନା ପାଇଁ ପ୍ରସ୍ତୁତ ହେଉଛି। ଜୁଲାଇ ୨୭ରେ ଆୟୋଜିତ କୋରିଆନ ଯୁଦ୍ଧର ୬୯ ତମ ବାର୍ଷିକି କାର୍ଯ୍ୟକ୍ରମରେ ଯୋଗ ଦେଇ କିମ ଏଭଳି ବୟାନ ଦେଇଛନ୍ତି। ଆମେରିକା ବିରୋଧରେ ଖୋଲାଖୋଲି ଏଭଳି ଚେତାବନୀ ପୁଣିଥରେ କିମଙ୍କୁ ଚର୍ଚ୍ଚାକୁ ଆଣିଛି।

ରୟଟର୍ସ ରିପୋର୍ଟ ଅନୁସାରେ, କିମ କହିଛନ୍ତି ଯେ ଆମେରିକା ସହ ପରମାଣୁ ଯୁଦ୍ଧ ଲଢ଼ିବା ବିପଦ ହୋଇପାରେ। ତେବେ ଆମେରିକା ଉତ୍ତର କୋରିଆକୁ ଏପରି କରିବାକୁ ବାଧ୍ୟ କରୁଛି ବୋଲି କିମ କହିଛନ୍ତି। ସେ କହିଛନ୍ତି “ କୌଣସି ପ୍ରକାରର ବିପଦକୁ ସାମ୍ନା କରିବାକୁ ଆମର ସେନା ଭଲ ଭାବରେ ପ୍ରସ୍ତୁତ ଅଛି। ଏବଂ ଆମର ଦେଶର ପରମାଣୁ ଶକ୍ତିର ସମ୍ପୂର୍ଣ୍ଣ କ୍ଷମତା ରହିଛି।

Related Posts