୨ ସାମ୍ବାଦିକଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ମାରିଆ ରେସା ଏବଂ ଦିମିତ୍ରି ମୁରାତୋଭଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପାଇଁ ଘୋଷଣା କରାଯାଇଛି। “ବାକ୍‌ ସ୍ୱାଧୀନତା ପାଇଁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ।୨୦୧୨ ରେ ରେସା ଏକ ସମ୍ବାଦ ୱେବସାଇଟ୍ ରାପଲର ସହ-ପ୍ରତିଷ୍ଠାତା ଥିଲେ। ଯାହା (ପ୍ରେସିଡେଣ୍ଟ ରୋଡ୍ରିଗୋ) ଶାସନର ବିବାଦୀୟ ବିଭିନ୍ନ ଅନୈତିକ କାରବାରକୁ ସୁଧାରିବା ଅଭିଯାନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିବା ନେବେଲ କମିଟି କହିଛନ୍ତି। ୧୯୯୩ ମସିହାରେ ଦିମିତ୍ରି ମୁରାତୋଭ ନିରପେକ୍ଷ ଖବର ପ୍ରସାରଣ କରୁଥିବା ନୋଭାଜା ଗାଜେଟା ଖବର କାଗଜର ପ୍ରତିଷ୍ଠା କରିଥିଲେ। ଏହା ସବୁବେଳେ ଲୋକଙ୍କ ସ୍ବରକୁ ହିଁ ପ୍ରାଥମିକତା ଓ ଗୁରୁତ୍ବ ଦେଇଆସିଛି।

Related Posts