ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୨୦୨୩- ୨୪ ଶିକ୍ଷା ବର୍ଷରୁ ଯୁକ୍ତ ୩ ପିଲାଙ୍କ ପାଇଁ ଏନସିସି ପାଠ୍ୟକ୍ରମ ଆରମ୍ଭ ହେବ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଅଶୋକ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯୁକ୍ତ ୩ ପିଲା ଏନସିସିକୁ ଏକ ଇଲେକ୍ଟିଭ ସବଜେକ୍ଟ ଭାବରେ ନେଇ ପାରିବେ ।
ତେବେ ଏହି ଏନସିସି ବିଷୟକୁ କିପରି ଭାବରେ ପାଠ୍ୟକ୍ରମରେ ସାମିଲ ହେବ ସେ ନେଇ ଏକ କମିଟି ଗଠିତ ହେବ । ଏହି କମିଟି ରମାଦେବୀ ବିଶ୍ୱବିଦୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଗଠନ ହେବ ବୋଲି ସୂଚନା ମିଳିଛି । ତେବେ ପୂର୍ବରୁ ଏନସସି କେବଳ ପ୍ରାକ୍ଟିକାଲ ଏବଂ ଫିଲ୍ଡ ଥିଓରୀରେ ଚାଲିଥିବା ବେଳେ ବର୍ତ୍ତମାନ ଏହା ଏକ ବିଷୟବସ୍ତୁ ଭାବରେ ପାଠ୍ୟକ୍ରମରେ ସାମିଲ ହେବ। ଆସନ୍ତା ଶିକ୍ଷାବର୍ଷରୁ ଏହା କ୍ଲାସ ରୁମରେ ପଢାଯିବ ବୋଲି ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।
