ସତ୍ୟପାଠ ବ୍ୟୁରୋ(ଭଦ୍ରକ):- ଦେଶର ସାମ୍ବିଧାନିକ ପଦ ପଦବୀରେ ଥିବା ବ୍ୟକ୍ତି ମାନେ ସାଧାରଣତଃ ରାଜନୀତି ଠାରୁ ଦୁରରେ ଥାଆନ୍ତି। ଖାଲି ସେତିକିନୁହେଁ, ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି, ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ ଗୁଡ଼ିକ ସଭାସମିତିରେ ରାଜ୍ୟପାଳଙ୍କୁ ଅତିଥି କଲାବେଳେ ମହାମହିମଙ୍କର ଗାରିମା ଓ ପଦବୀର ଗୁରୁତ୍ଵ କୁ ଧ୍ୟାନ ରେ ରଖି ସଭାର ପ୍ରସ୍ତୁତି ଓ ପରିଚାଳନା କରିଥାନ୍ତି । ଏପରିକି ପଣ୍ଡାଲ ରେ କିଭଳି ଫ୍ଲେକ୍ସ ଲାଗିବ, କଣ ଲେଖାଯିବ, କାହାର ଫୋଟୋ ରହିବ ଏବଂ ସର୍ବୋପରି ବକ୍ତାମାନେ ଭାଷଣରେ କଣ କହିବେ ନାହିଁ ଯଦ୍ୱାରା ରାଜ୍ୟପାଳଙ୍କ ଉପସ୍ଥିତି ରୁ ଯେଭଳି କେହି ରାଜନୈତିକ ଫାଇଦା ଉଠେଇ ପାରିବେ ନାହିଁ ସେଥିପ୍ରତି ମଧ୍ୟ ନିର୍ଦ୍ଦେଶାବଳୀ ରହିଛି। ଏପରିକି ଖବର ସଂଗ୍ରହ ଓ ପ୍ରସାରଣ ବେଳେ ମିଡ଼ିଆ କୁ ମଧ୍ୟ ବିଶେଷ ଯତ୍ନବାନ୍ ହେବାକୁ ପଡ଼ିଥାଏ। କିନ୍ତୁ ଯେଉଁ ଘଟଣା କୁ ନେଇ ସତ୍ୟପାଠ ରେ ଖବର କରୁଛୁ ତାହା ଦେଶର ଏକ ପ୍ରମୁଖ ରାଜନୈତିକ ଦଳର ନେତା ମାନଙ୍କର ଅତ୍ୟନ୍ତ ଦୁର୍ବଳ ରାଜନୈତିକ । ମୂଲ୍ୟବୋଧ କୁ ପ୍ରକାଶ କରୁଛି। ଆମେ ଏମିତି ଏକ ଫଟୋ ଦେଖାଉଛୁ ଯାହା ଦେଖିଲେ ଆପଣମାନେ ତାଜୁବ୍ ହୋଇଯିବେ।

ନିକଟରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ଭଦ୍ରକ ଜିଲ୍ଲା ଅସୁରାଳି ଗ୍ରାମ ପଞ୍ଚାୟତ କୁ ଗସ୍ତ କରିଥିଲେ। ଏହି ଅବସରରେ ସ୍ଥାନୀୟ ଆସୁରାଳି ବିଜେପି ସଂଗଠନ ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଦେବାପାଇଁ ରାସ୍ତା ଉପରେ ବିରାଟ ତୋରଣ କରାଯାଇଥିଲା। ବିଜେପି ପକ୍ଷରୁ ଯେଉଁ ସ୍ବାଗତ ତୋରଣ ଟି ଲଗାଯାଇଥିଲା ତାକୁ ଦେଖିଲେ ଲାଗୁଛି ଯେପରି ରାଜ୍ୟପାଳ ଏବେ ବିଜେପି ନେତା । ରାଜ୍ୟପାଳଙ୍କ ଫଟୋ ଥିବା ବ୍ୟ।ନରରେ ବିଜେପି ଦଳୀୟ ଚିହ୍ନ ପଦ୍ମ ରଖାଯାଇଛି। ସେତିକିନୁହଁ ବିଜେପିର ଧାମନଗର ବିଧାୟକ ତଥା ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଫଟୋ ସହ ପଦ୍ମ ଚିହ୍ନ ଲଗା ବ୍ୟାନର ରାଜ୍ୟପାଳଙ୍କ ତୋରଣ ସହ ଲଗାଯାଇଛି।

