ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ପୂର୍ବତନ ବିଜେପି ମୁଖପାତ୍ର ନୁପୁର ଶର୍ମା ପେଗମ୍ବର୍ ମହମ୍ମଦ ଙ୍କୁ ନେଇ ବିବାଦୀୟ ମନ୍ତ୍ୟବ ଦେବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚାଳଚଞ୍ଚଳ ହୋଇ ଉଠିଛି । ସେପଟେ ବିଜେପି ନୁପୁର ଶର୍ମାଙ୍କୁ ଦଳରୁ ନିଲମ୍ୱିତ କରି ଦେଇଛନ୍ତି । ଏହା ମଧ୍ୟର ଧାର୍ମିକ ଭାବନାକୁ ଅପମାନିତ କରିବାକୁ ଇଚ୍ଛା କରୁଥିବା ଅଭିଯୋଗର ଟାଇମ୍ସ ନାଉ ନାଭିକା ଶର୍ମାଙ୍କ ବିରୋଧରେ ମାମଲା ଦାୟର ହୋଇଥିବାର ସୂଚନା ମିଳିଛି ।
ସେପଟେ ଅଭିଯୋଗ କରିଥିବା ମହିଳାଙ୍କ ନାମ ମଧ୍ୟ ନୁପୁର । ଅନ୍ୟପଟେ ଚ୍ୟାନେଲ ଏହା ପୂର୍ବରୁ ଶର୍ମାଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲା । ଏବଂ “ଆମେ ଆମର ବିତର୍କରେ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରୁଛୁ ଯେ ସହକର୍ମୀ ପ୍ୟାନେଲିଷ୍ଟଙ୍କ ବିରୁଦ୍ଧରେ ସଂସଦୀୟ ଭାଷାରେ ଲିପ୍ତ ରୁହନ୍ତୁ ନାହିଁ ବୋଲି ମଧ୍ୟ କହିଥିଲା । ହେଲେ ନଭିକା ଶର୍ମାଙ୍କ ବିରୋଧରେ ମାମଲା ଦାୟର ହେବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଥିଲା ।
