ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ରାଜାରହାଟ ସମାବେଶରେ ଯୋଗ ଦେବାର ସୂଚନା ମିଳିଛି । ଓଡ଼ିଆ ସମ୍ପ୍ରଦାୟ ସହ ଆଲୋଚନା କରିବା ସହ ଭାଜପା ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ବି ଦେବେ। ପଶ୍ଚିମବଙ୍ଗରୁ ଫେରି ମୁଖ୍ୟମନ୍ତ୍ରୀ କେନ୍ଦୁଝର ଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ ଦଳର ନେତା ହିମାଂଶୁ ଶେଖର ସାହୁଙ୍କ ସମେତ ଓଡ଼ିଶାର ବରିଷ୍ଠ ଭାଜପା ନେତାମାନେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ଭାଜପା ପ୍ରାର୍ଥୀଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି।