ଦିଲ୍ଲୀ ଓ ମହାରାଷ୍ଟ୍ର ଓଡିଶାରୁ ଯଥେଷ୍ଟ ଅକ୍ସିଜେନ ନେଇ ପାରୁନାହାଁନ୍ତି

oxygen 1

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଓଡିଶା ପାଇଁ ଅକ୍ସିଜେନ ଉତ୍ପାଦନ ସମସ୍ୟା ନୁହଁ । ବଡ ସମସ୍ୟା ହେଉଛି କଣ୍ଟେନର ଟ୍ରାନ୍ସପଟେସନ । ଓଡିଶାରୁ ଉତ୍ପାଦନ ହେଉଥିବା ଅକ୍ସିଜେନକୁ ନେବାରେ ଦିଲ୍ଲୀ ଓ ମହାରାଷ୍ଟ୍ର ସରକାରଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହୋଇଛି ପର୍ଯ୍ୟାପ୍ତ ସଂଖ୍ୟାରେ ଅକ୍ସିଜେନ କଣ୍ଟେନର ମିଳିବା । ଗତ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦିଲ୍ଳୀ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରଠାରୁ ଓଡିଶା ଦିଲ୍ଲୀ, ମହାରଷ୍ଟ୍ର, ଆନ୍ଧ୍ରପଦେଶ ଓ ତେଲେଙ୍ଗାନା ଏହି ଚାରୋଟି ରାଜ୍ୟକୁ ୩୦୦ ଟନରୁ ଅଧିକ ଅକ୍ସିଜେନ ଯୋଗାଇ ସାରଲାଣି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ୪୦ ଟନ ଲେଖାଏଁ ଅକ୍ସିଜେନ ନେଇ ସାରିଥିବା ବେଳେ ଅମଶିଷ୍ଟ ପ୍ର୍ରାୟ୩୦୦ ଟନ ଦିଲ୍ଲୀ ଓ ମହାରାଷ୍ଟ୍ର ନେଇଛନ୍ତି ।
ମୂଳ ସମସ୍ୟା ଉତ୍ପାଦନ ନୁହଁ ବରଂ ଅକ୍ସିଜେନକୁ ଓଡିଶାରୁ ପରିବହନରେ ନେବା । ଉଦାହରଣ ସ୍ୱରୁପ ଆନ୍ଧ୍ର ଓ ତେଲେଙ୍ଗାନା ନିୟମିତ ଭାବରେ ଅକ୍ସିଜେନ ପଟା ଉଠାଉଥିବା ବେଳେ ଯାହା ଦେଖାଯାଉଛି ଯେ, ଅଧିକ ଅକ୍ସିଜେନ ଦେବା ପାଇଁ ଆମର ଇଚ୍ଛାଥିବା ସର୍ତ୍ତେ ଦିଲ୍ଲୀ ସରକାର ଏହାକୁ ନେବାରେ ବିଫଳ ହୋଇଛନ୍ତି । ତା’ର ମୁଖ୍ୟ କାରଣ ଟାନ୍ସପୋଟେଶନ” ବୋଲି ଜଣେ ସରକାରୀ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯେବେଠାରୁ ଅକ୍ସିଜେନ ସଙ୍କଟ ଦେଖାଦେଇଛି, ରାଜ୍ୟର ୫ଟି ପ୍ଲାଣ୍ଟଦୁଇ ସିପ୍ଟରେ ଅନବରତ ଭାବରେ ଉତ୍ପାଦନ କାର୍ଯ୍ୟ ଜାରି ରହିଛି । ସମ୍ପତ୍ତି ଦୈନିକ ୩୭୫ ଟନ ଅକ୍ସିଜେନ ଓଡିଶାର ୫ଟି ପ୍ଲାଣ୍ଟ ଉତ୍ପାଦନ କରୁଛନ୍ତି । ଏବଂ ଆବଶ୍ୟକ ପଡିଲେ ୫୦୦ ଟନ ଦୌନିକ ଉତ୍ପାଦନ କରି ପାରିବ ବୋଲି ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶ ପରେ ଦିନେ ଦୁଇଦିନ ଭିତରେ ବିହାର ରଜ୍ୟକୁ ମଧ୍ୟ ଓଡିଶା ଅକ୍ସିଜେନ ଯୋଗାଇ ଦେବ ବୋଲି ସୂଚନା ଦେଇଛନ୍ତି

Related Posts