ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ମୁରଲିଧରଙ୍କୁ ମାଡ୍ରାସ ହାଇକୋର୍ଟ କୁ ବଦଳି ନେଇ କଲେଜିୟମ ସୁପାରିଶ କରିଥିବା ସୂଚନା

ସୁପ୍ରୀମକୋର୍ଟ ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ କଲେଜିୟମ ମାଡ୍ରାସ ହାଇକୋର୍ଟର ଚିଫ୍ ଜଷ୍ଟିସ ଭାବରେ ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସ ମୁରଲୀଧରଙ୍କୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିବା ଜାଣିବାକୁ ମିଳିଛି।

ଏହି କଲେଜିୟମ୍ ର ଅନ୍ୟ ସଦସ୍ୟ ଜଷ୍ଟିସ୍ ଡି ଚନ୍ଦ୍ରଚୁଦ ଏବଂ ସଞ୍ଜୟ କିଶନ କୌଲ ବୁଧବାର ଦିନ ହାଇକୋର୍ଟର ବିଚାରପତିଙ୍କ ସ୍ଥାନାନ୍ତର ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଏହି ବୈଠକ ରେ ଓଡ଼ିଶା ହାଇକୋର୍ଟ ଚିଫ୍ ଜଷ୍ଟିସ ମୁରଲିଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ସ୍ଥାନାନ୍ତର କରିବାକୁ କଲେଜିୟମ ନିଷ୍ପତ୍ତି ନେଇଥିଲେ ବୋଲି ନ୍ୟୁଜ ପୋର୍ଟାଲ ” ଦ ୱେୟାର” ଖବର କରିଛି। ଜଷ୍ଟିସ ମୂରଲୀଧରଙ୍କୁ ସମାନ କ୍ଷମତାରେ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ବଦଳି ନେଇ କଲେଜିୟମ ସୁପାରିଶ କରିଛି।

ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପୂର୍ବରୁ ଜଷ୍ଟିସ ମୁରଲୀଧରଙ୍କୁ ପ୍ରଥମେ ମେ 2006 ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ପରେ ମାର୍ଚ୍ଚରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା।

ସେପ୍ଟେମ୍ବର 12 ତାରିଖରେ ପଞ୍ଜାବ ଏବଂ ହରିୟାଣା, ବମ୍ବେ ଏବଂ କର୍ଣ୍ଣାଟକର ଉଚ୍ଚ ନ୍ୟାୟାଳୟରେ 20 ଜଣ ବିଚାରପତିଙ୍କ ନିଯୁକ୍ତିକୁ CJI ଲଲିତଙ୍କ ନେତୃତ୍ୱାଧୀନ କଲେଜିୟମ ଅନୁମୋଦନ କରିଛି।

Related Posts