ଓଡିଶା ବିଶ୍ୱବିଦ୍ୟାଳୟର ନିର୍ମାଣ କାର୍ଯ୍ୟକୁ ମିଳିଲା ଅନୁମତି

odia univercity

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ମିଳିଲା ଅନୁମତି । ଏହି ବିଶ୍ୱବିଦ୍ୟାଳୟଟି ସତ୍ୟବାଦୀରେ ନିର୍ମାଣ ହେବାକୁ ଯାଉଛି । ତେବେ ଓବିସିସି ଦ୍ବାରା ଏହି ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଯେଉଁ ଖର୍ଚ୍ଚ ଆକଳନ ହୋଇଥିଲା ତାହାକୁ ଉଚ୍ଚ ଶିକ୍ଷା ବିଭାଗ ବହନ କରିବାକୁ ରାଜି ହୋଇଛି। ମାତ୍ର ଦୁଇଟି ପର୍ଯ୍ୟାୟରେ ୬୦.୭୨ କୋଟି ଟଙ୍କା ଦେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ସ୍ପଷ୍ଟ କରିଛି । ଅପରିପକ୍ଷେ ପୂର୍ତ୍ତ ବିଭାଗ ପକ୍ଷରୁ ଓବିସିସି ଏହି ବିଶ୍ବବିଦ୍ୟାଳୟର ନିର୍ମାଣ କାର‌୍ୟ୍ୟ କରିବାକୁ ଥିବାବେ‌ଳେ ପ୍ରଥମ ପର୍ଯ୍ୟାୟରେ ୩୯.୧୬କୋଟି ଏବଂ ଦ୍ବିତୀୟ ପର‌୍ୟ୍ୟାୟରେ ୨୧.୫୬କୋଟି ଦିଆଯିବ ବୋଲି ସୂଚନା ମିଳିଛି ।

ଏହା ସହ କାମ ଠିକ ସମୟରେ ଶେଷ ହେଲେ ବକେୟା ୨% ଟଙ୍କା ଦିଆଯିବ ବୋଲି ସର୍ତ୍ତ ରଖାଯାଇଛି । ଉଚ୍ଚଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଓବିସିସି ୬୧.୭୩କୋଟି ଟଙ୍କାର ଖର୍ଚ୍ଚ ଆକଳନ ପ୍ରସ୍ତୁତ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୩୯.୮୧କୋଟି ଟଙ୍କା, ଦ୍ବିତୀୟ ପର୍ଯ୍ୟାୟରେ ୨୧.୯୨କୋଟି ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ଦେଇଥିଲା। ଏହାକୁ ଅର୍ଥ ବିଭାଗ ଅନୁମୋଦନ କରିବା ପରେ ଆମେ ଅର୍ଥ ଦେବାକୁ ସହମତି ଜଣାଇଛୁ। କିନ୍ତୁ ଦୁଇଟି ପର୍ଯ୍ୟାୟରେ ଆମେ ପ୍ରାୟ କୋଟିଏ ଟଙ୍କା କାଟିକି ରଖିବୁ। ଯଦି ଓବିସିସି ଧାର୍ଯ୍ୟ ସମୟରେ ନିର୍ମାଣ କାର୍ଯ୍ୟ ଶେଷ କରିବ ତେ‌ବେ ଏହି କୋଟିଏ ଟଙ୍କା ଦେବୁ ।

ନଚେତ୍ ଏହା ଦିଆଯିବନି। ଆମେ ସେହି ଅନୁଯାୟୀ ପ୍ରଶାସନିକ ଅନୁମତି ଦେଇଛୁ। ଅନ୍ୟପଟେ ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଏହି ବିଶ୍ବବିଦ୍ୟାଳୟ ପାଇଁ ୧୦ଏକର ଜମି ଅଧିଗ୍ରହଣ ହୋଇଥିବାରୁ ଏଠାରେ ଏବେ ପ୍ରଥମ ପର୍ଯ୍ୟାୟ କାମ ହେବ। ଏଥିରେ ୫ଟି ସ୍କୁଲ ଅଫ୍ ଲର୍ଣ୍ଣିଂ, ପ୍ରଶାସନିକ ଭବନ, ଅଡିଟୋରିୟମ ଏବଂ ୧୬୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ। ଏହି କାମ ଶେଷ ହେବା ପରେ ଦ୍ବିତୀୟ ପର୍ଯ୍ୟାୟରେ ଏହାର ସମ୍ପ୍ରସାରଣ ହେବ। ସୂଚନାଯୋଗ୍ୟ ଯେ, ବନ ବିଦ୍ୟାଳୟ ଢାଞ୍ଚାରେ ନିର୍ମାଣ ହେବାକୁ ଥିବା ଓଡ଼ିଆ ବିଶ୍ବବିଦ୍ୟାଳୟ ପାଇଁ ଜୁଲାଇ ୨୭, ୨୦୧୮ରେ ଐତିହ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିଲା। ଏହାର ଠିକ ତିନି ମାସ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ ।

Related Posts