
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ପାଇଁ ବଡ ଘୋଷଣା କରିଛନ୍ତି । ତେବେ ୩୫ ଦିନ ମଧ୍ୟରେ ମଧ୍ୟପ୍ରଦେଶରୁ ୪୪ଟି ନୂତନ ବିମାନ ସେବା ଆରମ୍ଭ କରିଛନ୍ତି । ଏନେଇ ସିନ୍ଧିଆ କହିଛନ୍ତି ଜି ଜବଲପୁରରୁ ମୁମ୍ବାଇ, ପୁଣେ, ସୁରତ, ହାଇଦ୍ରାବାଦ ଓ କୋଲକାତାକୁ ବିମାନଗୁଡ଼ିକ ଉଡ଼ିବା ଆରମ୍ଭ କରିଛି। ଅଗଷ୍ଟ ୨୦ରୁ ଜବଲପୁରରୁ ଦିଲ୍ଲୀ ଓ ଇନ୍ଦୋରକୁ ବିମାନ ଉଡ଼ିବ। ୩୫ ଦିନ ମଧ୍ୟରେ ୪୪ଟି ବିମାନ ମଧ୍ୟପ୍ରଦେଶରୁ ବିଭିନ୍ନ ସ୍ଥାନକୁ ଉଡ଼ିବା ଆରମ୍ଭ କରିଛି ବୋଲି ସିନ୍ଧିଆ କହିଛନ୍ତି ।
କେବଳ ଏତିକି ନୁହେଁ ବରଂ ଏହି ଆଠଟି ବିମାନ ଉଡାଣ ଯୋଜନା ଅଧୀନରେ ମେଟ୍ରୋ ଏବଂ ଅନ୍ୟାନ୍ୟ ସହର ସହିତ ଛୋଟ ବିମାନ ବନ୍ଦରକୁ ସଂଯୋଗ କରିବା ଉପରେ ଧ୍ୟାନ ଦିଆଯାଇଛି। ଅପରିପକ୍ଷେ ସିନ୍ଧିଆ ବିଜେପିରେ ମିଶିବା ପରେ ତାଙ୍କୁ ଦଳ ରାଜ୍ୟସଭାକୁ ପଠାଇଥିଲେ । ତେବେ ଗତମାସରେ ଦେଶର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭାବେ ସିନ୍ଧିଆଙ୍କୁ ନିଯୁକ୍ତ କରାଯାଇଛି ।
ଅନ୍ୟପଟେ ଆଫଗାନିସ୍ତାନ ସଙ୍କଟ ସମ୍ପର୍କରେ ମଧ୍ୟ ସିନ୍ଧିଆ କହିଛନ୍ତି । ସେ କହିଛନ୍ତି ପଡୋଶୀ ଦେଶରୁ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଭଳି ସମସ୍ତ ଉଦ୍ୟମ କରିବେ । ତେବେ ଗତ ବର୍ଷ କୋଭିଡ ସମୟରେ ନିୟମିତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରହିବା ପରେ ଭାରତ ସରକାର ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ । ଯେଉଁଥିରେ ବିଦେଶରେ ଫସିରହିଥିବା ଭାରତୀୟଙ୍କୁ ସ୍ୱଦେଶକୁ ଅଣାଯାଇଥିଲା ।