ଓଡିଶାରେ ନର୍ମାଣ ହେବ ଜରୁରୀକାଳୀନ ଅବତରଣ ସୁବିଧା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶା ସମେତ ଅନ୍ୟ ୧୯ ଟି ସ୍ଥାନରେ ଜରୁରୀକାଳୀନ ଅବତରଣ ସୁବିଧା।ଏ ନେଇ ଘୋଷଣା କରିଛନ୍ତି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ । ସେ କହିଛନ୍ତି ଯେ ଦେଶର ସୁରକ୍ଷାକୁ ମଝବୁତ କରିବା ପାଇଁ ଓଡିଶା ସମେତ ଅନ୍ୟ ୧୯ ଟି ସ୍ଥାନରେ ଜରୁରୀକାଳୀନ ଅବତରଣ ସୁବିଧା ବିକାଶ କରାଯିବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ରାଜସ୍ଥାନର ଜାତୀୟ ରାଜପଥ ୯୨୫ଏ ରେ ଜରୁରୀକାଳୀନ ଅବତରଣ ସୁବିଧା ଉଦଘାଟନ ଅବସରରେ ସେ କହିଛନ୍ତି ଯେ ଏହି ରାଜପଥ ରନ ୱେ ସୀମା ସୁରକ୍ଷା ସହିତ ଦେଶର ସୁରକ୍ଷାକୁ ଆହୁରି ଦୃଢ କରିବ ଯାହା ଭାରତର ରଣନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଅବସରରେ ଗଡକରୀ କହିଛନ୍ତି ଯେ ଦେଶର ଅନ୍ୟ ୧୯ ଟି ସ୍ଥାନ ମଧ୍ୟରେ ପଶ୍ଚିମବଙ୍ଗର ଖଡଗପୁର – ବାଲେଶ୍ୱର ରାସ୍ତା, ଖଡଗପୁର- କେନ୍ଦୁଝର ରାସ୍ତା ରାଜସ୍ଥାନର ଫାଲୋଡି – ଜୈସଲମେର ରାସ୍ତା ଏବଂ ବାରମର – ଜୟସଲମେର ରାସ୍ତା, ତାମିଲନାଡୁ ନିକଟରେ ଏବଂ ପାନଘର / କେକେଡି, ଚେନ୍ନାଇ ନିକଟରେ ପୁଡୁଚେରୀ ରାସ୍ତା, ହାସିମାରା-ତେଜପୁର ମାର୍ଗଏବଂ ଅନଗୋଲ – ଚିଲାକାଲୁରିପେଟ ରାସ୍ତା, ହରିୟାଣାରେ ମାଣ୍ଡି ଡାବୱାଲୀରୁ ଓଢନ ରାସ୍ତା,ଆନ୍ଧ୍ରପ୍ରଦେଶରେ ନେଲୋର – ଅନଗୋଲ ରାସ୍ତା, ଗୁଜୁରାଟର ଭୁଜ-ନାଲିଆ ରାସ୍ତାରେ ଏବଂ ସୁରଟ-ବରୋଦା ରାସ୍ତାରେ, ଜମ୍ମୁ-କାଶ୍ମୀରରେ ବନିହାଲ ଶ୍ରୀନଗର ରାସ୍ତା, ଆସାମର ଲେହ / ନିଓମା ଅଞ୍ଚଳ ଏବଂ ଶିବସାଗର ନିକଟ ଜୋରହାଟ-ବାରାଘାଟ ରାସ୍ତାରେ, ବାଗଡୋଗ୍ରା-ହାସିମାରା ରାସ୍ତା, ପଞ୍ଜାବର ସାଙ୍ଗରୁ ନିକଟରେ ଏବଂ ଆସାମର ହାସିମାରା-ଗୌହାଟି ରାସ୍ତାରେ ଜରୁରୀକାଳୀନ ଅବତରଣ ସୁବିଧା ବିକାଶ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଆମର ଜାତୀୟ ରାଜପଥ ମଧ୍ୟ ସେନା ପାଇଁ ଉପଯୋଗୀ ହେବ, ଯାହା ଆମ ଦେଶକୁ ଅଧିକ ସୁରକ୍ଷିତ କରିବ ଏବଂ ଜରୁରୀକାଳୀନ ପରିସ୍ଥିତି ପାଇଁ ସର୍ବଦା ପ୍ରସ୍ତୁତ ରଖିବ । ଏହି ଅବସରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାୱତ, ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ବାୟୁସେନା ମୁଖ୍ୟ ଶ୍ରୀ ଆର ଏସ୍ ଭଦୋରିଆ ଉପସ୍ଥିତ ଥିଲେ ।

Related Posts