ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିବ: ଅର୍ଥମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ଅଧିକ ରହିବ । ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରୁଥିବାବେଳେ ଏପରି କହିଥିବାର ଦେଖିବାକୁ ମିଳିଛି । ଏହା ସହ ରୁଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ଵ ଅର୍ଥ ନୀତିକୁ ପ୍ରଭାବିତ କରିଛି। କରୋନା ପରେ ବିଶ୍ଵ ଯୁଦ୍ଧମୁହାଁ ଏମିତି ପ୍ରତିକୂଳ ସ୍ଥିତିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ବଢିବାର ସମ୍ଭାବନା ରହିଛି। ଚଳିତ ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିବା ଆକଳନ କରାଯାଇଛି।

ଦେଶ ତୂଳନାରେ ଓଡିଶାର ଅଭିବୃଦ୍ଧି ହାର ବୃଦ୍ଧି ଘଟି ୯ ରୁ ୯.୫ ପ୍ରତିଶତ ରହିବାର ଆକଳନ କରାଯାଇଛି। ୨୦୨୨-୨୩ରେ ରାଜ୍ୟରେ ଡିଏସଡିପି ଅଭିବୃଦ୍ଧି ୧୨ ପ୍ରତିଶତରୁ ଅଧିକ ରହିବାର ସମ୍ଭାବନା ରହିଛି ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts