ବଜେଟ ୨୦୨୨-୨୩; କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦,୩୪୪ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ ଆଜି ଆର୍ଥିକ ୨୦୨୨-୨୩ ବଜେଟ ଉପସ୍ଥାପନ କରିଛନ୍ତି । ତେବେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୬ ହଜାର ୪୯୭ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ସେପଟେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ୨୦ ହଜାର ୩ ଶହ୪୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ସେଥି ମଧ୍ୟରୁ କାଳିଆ ଯୋଜନା ଅଧିନରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ବାବଦକୁ ୧ ହଜାର ୮ଶହ ୭୪ କୋଟି ଟଙ୍କା, ସାର ଓ ବିହନ ପାଇଁ ସୁଧମୁକ୍ତ ରୁଣ ବାବଦକୁ ଶହେ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ସାର ଓ ବିହନ ପାଇଁ ସୁଧମୁକ୍ତ ଋଣ ବାବଦକୁ ୩ ଶହ କୋଟି ଟଙ୍କା, ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ ୬୮୮ କୋଟି ଟଙ୍କା, ଉଦ୍ୟାନ କୃଷି ବିକାଶ ଯୋଜନା ଅଧିନରେ ୧୫୭ କୋଟି ଟଙ୍କା, ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟକୁ ଗବେଷଣ ଓ ଶିକ୍ଷା ନିମନ୍ତେ ୧୬୧ କୋଟି ଟଙ୍କାର ଅନୁଦାନ ଦିଆଯାଇଛି ।

ଅନ୍ୟପଟେ ପଶୁସମ୍ପଦର ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ୟ୍ୟକ୍ରମ ପାଇଁ ୨୭୩ କୋଟି ଟଙ୍କା, ସଘନ ଓ ଆଭ୍ୟନ୍ତରୀଣ ମତ୍ସ୍ୟଚାଷର ବିକାଶ ନିମନ୍ତେ ୧୮୨ କୋଟି ଟଙ୍କା, କୁକୁଡା ଚାଷ ପାଇଁ ୮୭ କୋଟି ଟଙ୍କା, ଦୁଗ୍ଧ ଉତ୍ପାଦନର ଅଭିବୃଦ୍ଧି ଲାଗି ୩୧ କୋଟି ଟଙ୍କା, କୃଷକମାନଙ୍କୁ ସୁଧ ରିହାତି ବାବଦକୁ ୯୦୭ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧିନରେ ପ୍ରିମିୟମ୍ ସବସିଡି ବାବଦକୁ ୬ ଶହ କୋଟି ଟଙ୍କା, ସମବାୟ ବ୍ୟାଙ୍କମାନଙ୍କୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି ଟଙ୍କା ଏବଂ ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ମୋଟ୍ ୮୫୨୩ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts