ଆସନ୍ତା କାଲି ସକାଳ ୧୧.୩୦ରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷ ଫଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ପ୍ରକାଶ ପାଇବ ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିନେସନ(ଓଜେଇଇ) ୨୦୨୨ ରେଜଲ୍ଟ । ଆସନ୍ତାକାଲି ସକାଳ ୧୧:୩୦ ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଆସନ୍ତାକାଲି ଫଳାଫଳ ଘୋଷଣା କରିବେ । ଫଳାଫଳ ଘୋଷଣା ପରେ ପରୀକ୍ଷାର୍ଥୀ ଓଜେଇଇ ର ଅଫିସିଆଲ ୱେବସାଇଟରେ ନିଜର ରେଜଲ୍ଟ ଦେଖିପାରିବେ ।

ସୂଚନାଯୋଗ୍ୟ, ଜୁଲାଇ ୪ ତାରଖରୁ ୮ ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଲାଟେରାଲ ଏଣ୍ଟ୍ରିରୁ ବିଟେକ୍ ପାଇଁ ୨୦ହଜାର ୧୬୮ ଜଣ ଛାତ୍ର ଆବେଦନ କରିଥିବାବେଳେ ବି ଫାର୍ମା ପାଇଁ ୧୨ହଜାର ୨୨୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ସେହିପରି ଏମବିଏ ପାଇଁ ୧୦ ହଜାର ବିଦ୍ୟାର୍ଥୀ ଆବେଦନ କରିଥିଲେ ।

Related Posts