ଭୁଶୁଡି ପଡିଲା ପୁରୁଣା କୋଠା: ୪ ଜଣଙ୍କର ମୃତ୍ୟୁ

ତେଲେଙ୍ଗାନା: ତେଲେଙ୍ଗାନା ୟାଦାଦ୍ରୀ-ଭୋଗିର ଜିଲ୍ଲା ମନ୍ଦିର ନଗର ୟାଦାଗିରିଗୁଡାରେ ଏକ ଅଘଟଣ ଘଟିଛି | ଗତକାଲି (ଶୁକ୍ରବାର) ଏକ ପୁରୁଣା କୋଠାର କିଛି ଅଂଶ ଭୁଷୁଡି ପଡିଛି | ଫଳରେ ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସର ସୂଚନା ଅନୁସାରେ ପ୍ରାୟ ୨୦ ବର୍ଷ ପୁରୁଣା ଏହି କୋଠାର ତଳ ମହଲାରେ ଦୋକାନ ଏବଂ ପ୍ରଥମ ମହଲାରେ ଘର ଥିଲା ।

ପୋଲିସର ସୂଚନା ଅନୁସାରେ ଏହି କୋଠାର କିଛି ଅଂଶ ତଳେ ବସିଥିବା ଲୋକମାନଙ୍କ ଉପରେ ପଡିଯାଇଥିଲା । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖରାପ ଗୁଣବତ୍ତାରେ ନିର୍ମାଣ ଯୋଗୁଁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି ।

କିଛି ଦିନ ପୂର୍ବରୁ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ନିର୍ମାଣଧିନ କୋଠା ଭୁଷୁଡି ପଡିଥିଲା । ଏହି ଘଟଣାରେ ୭ ଜଣ ଶ୍ରମିକ କୋଠା ମଧ୍ୟରେ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଉଦ୍ଧାର କାର୍ଯ୍ୟ ବେଳେ ଜଣେ ଶ୍ରମିକ ନିଜେ ନିଜେ ବାହାରକୁ ଆସିଯାଇଥିଲେ । ଅନ୍ୟମାନେ ଫସିଥିବା ନେଇ ସେ ସୂଚନା ଦେଇଥିଲେ ।

Related Posts