ପୁଟିନଙ୍କ ଏକ ସାଙ୍ଘାତିକ ଷଡଯନ୍ତ୍ରର ଖୁଲାସା କଲେ ଜେଲେନସ୍କି !

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଇତି ମଧ୍ୟରେ ଦୁଇ ମାସରୁ ଅଧିକ ଦିନ ବିତିସାରିଲାଣି | ତଥାପି ଯୁଦ୍ଧ ଥମିବାର ନାଁ ଧରୁନି | ରୁଷ ସେନା ୟୁକ୍ରେନ ର ଗୋଟିଏ ପରେ ଗୋଟିଏ ସହରକୁ ନିଜ ଅଧୀନକୁ ନେବାରେ ଲାଗିଛନ୍ତି | ସେପଟେ ରୁଷ ସେନାଙ୍କ କଡା ମୁକାବିଲା କରୁଛନ୍ତି ୟୁକ୍ରେନ ସେନା |

ଏହି ଯୁଦ୍ଧ ମଧ୍ୟରେ ରୁଷ ସେନା ୟୁକ୍ରେନ ରେ ରଚୁଥିନ ନରସଂହାର ର ଦୃଶ୍ୟ ସମଗ୍ର ବିଶ୍ୱ ଦେଖୁଥିବା ବେଳେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ପୁଟିନଙ୍କ ଏକ ସାଙ୍ଘାତିକ ଷଡଯନ୍ତ୍ରର ଖୁଲାସା କରିଛନ୍ତି | ତାଙ୍କୁ କାବୁ କରିବାକୁ ଋଷ ସେନା ପଠାଇଥିବା ସେ କହିଛନ୍ତି | ଜେଲେନସ୍କିଙ୍କ ବିରୋଧରେ ସାଙ୍ଘାତିକ ଷଡଯନ୍ତ୍ର ରଚିଥିଲେ ପୁଟିନ । ନିଜେ ଏହା ଗଣମାଧ୍ୟମକୁ କହିଛନ୍ତି ଜେଲେନସ୍କି ।

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଥମ ଦିନକୁ ମନେ ପକାଇବା ସହିତ ଏକ ସାଙ୍ଘାତିକ ଘଟଣା ଉଲ୍ଲେଖ କରିଛନ୍ତି ଜେଲେନସ୍କି । ସେ ଟାଇମ୍ ମାଗାଜିନ ସହ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଋଷ ସେନା ତାଙ୍କୁ ଓ ତାଙ୍କ ପରିବାରକୁ ଧରିବା ପାଇଁ ଖୁବ୍‌ ନିକଟତର ହୋଇଯାଇଥିଲେ। । ସେ ଏବଂ ତାଙ୍କ ପତ୍ନୀ ଓଲେନା ସେମାନଙ୍କର ୧୭ ବର୍ଷର ଝିଅ ଏବଂ ୯ ବର୍ଷର ପୁଅକୁ ସେଦିନ ନିଦରୁ ଉଠାଇଥିଲା । ବୋମା ବିସ୍ଫୋରଣ ଆରମ୍ଭ ହୋଇଯାଇଛି, ଏବଂ ନିକଟରେ ଆକ୍ରମଣ ମଧ୍ୟ ତୀବ୍ରତର ହେବାରେ ଲାଗିଥିବା କହିଥିଲେ।

ସେ ଆହୁରି କହିଛନ୍ତି ଯେ, ବୋମାମାଡ ବହୁତ ଶକ୍ତିଶାଳୀ ଏବଂ ଭୟଙ୍କର ଥିଲା। ସେ ନିଜେ ଟାର୍ଗେଟରେ ଥିବା ଶୀଘ୍ର ସ୍ପଷ୍ଟ ହୋଇଯାଇଥିଲା । ରାଷ୍ଟ୍ରପତି ଭବନ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ନଥିଲା । ତାଙ୍କୁ ଏବଂ ତାଙ୍କ ପରିବାରକୁ ହତ୍ୟା କିମ୍ବା କାବୁ କରିବା ପାଇଁ ଋଷ ସୈନ୍ୟ କିଭରେ ପ୍ରବେଶ କରିଥିଲେ।

ୟୁକ୍ରେନ ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ତାଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରିଥିଲେ । ଯୁଦ୍ଧର ରାତି ପୂର୍ବରୁ ସେ କେବଳ ଫିଲ୍ମରେ ଏଭଳି ଜିନିଷ ଦେଖିଥିଲେ। ଯାହା ସେ ଯୁଦ୍ଧ ସମୟରେ ନିଜ ଆଖିରେ ଦେଖିଥିବା ପ୍ରକାଶ କରିଛନ୍ତି । ସେ ସମୟର ସ୍ଥିତି ଏତେ ଭୟଙ୍କର ଥିଲା ଯେ ସବୁ କିଛି ଯେପରି ମୋ କଳ୍ପନା ର ବାହାରେ ଥିଲା |

Related Posts