ସାମାଜିକ ଗଣମାଧ୍ୟମରେ ହିରୋ ପାଲଟିଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିରି ଜେନେଲସ୍କି

ଋଷ ଓ ୟୁକ୍ରେନ ମଧ୍ୟରେ ଋଷ ର ୟୁକ୍ରେନ ଉପରକୁ ଆକ୍ରମଣ କୁ ନେଇ ଅନେକ ଦେଶର ଟାର୍ଗେଟ କୁ ଆସିଛି ଋଷ। ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି ବାହୁବଳ ପର୍ଯ୍ୟନ୍ତ ରୁଷ, ୟୁକ୍ରେନ ଠାରୁ ଅଧିକ ଶକ୍ତିଶାଳୀ। ମାତ୍ରା ଗତ ଦଶ ଦିନ ମଧ୍ୟରେ ରୁଷର ଭୟଙ୍କର ହମ୍‌ଲାରେ ୟୁକ୍ରେନ୍‌ ଛାରଖାର ହୋଇଛି ସତ କିନ୍ତୁ ହାର ମାନାହାନ୍ତି ସେନା କି ହାର ମାନିନାହାନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିରି ଜେନେଲସ୍କି ।

ଋଷ ଠାରୁ ଅପେକ୍ଷାକୃତ ଦୁର୍ବଳ ହୋଇଥିଲେ ମଧ୍ୟ ୟୁକ୍ରେନ୍ ସୈନ୍ୟ ମୁକାବିଲାରୁ ପଛକୁ ହଟିନାହାନ୍ତି। ହାତ ହତିଆର ଓ ଅସ୍ତ୍ରଶସ୍ତ୍ରରେ ସିନା ଦୁର୍ବଳ କିନ୍ତୁ ବିଶ୍ୱବାସୀଙ୍କ ମନ ଜିଣି ସାରିଲାଣି ୟୁକ୍ରେନ୍‌। ଯୁଦ୍ଧର ଟିକିନିଖି ତଥ୍ୟକୁ ସୋଶାଲ ମିଡିଆରେ ଥୋଇ ଲୋକଙ୍କ ହୃଦୟ ଜିତି ସାରିଲାଣି ୟୁକ୍ରେନ୍‌।ସାମାଜିକ ଗଣମାଧ୍ୟମରେ ହିରୋ ସାଜିସାରିଲେଣି ୟୁକ୍ରେନ ରାଷ୍ଟ୍ରପତି । ରୁଷ ବିରୋଧରେ ଅଭିଯୋଗ ହେଉ କିମ୍ବା ଯୁଦ୍ଧ ଜର୍ଜରିତ ନିଜ ଦେଶର ନାଗରିକଙ୍କ କଥା ହେଉ ପ୍ରତିଟି ବିଷୟ ସୋଶାଲ ମିଡିଆରେ ଟିକିନିକି କରି ପ୍ରକାଶ କରି ଆସୁଛନ୍ତି ଜେନେଲସ୍କି। ଫଳରେ ସମଗ୍ର ବିଶ୍ୱରୁ ତାଙ୍କ ପ୍ରତି ସମର୍ଥନ ବଢ଼ୁଛି। ୟୁକ୍ରେନ୍ ପ୍ରତି ସମବେଦନା ବଢ଼ୁଥିବା ବେଳେ ଯୁଦ୍ଧ କର୍ତ୍ତା ରୁଷ୍ ରାଷ୍ଟ୍ରପତିଙ୍କ ପ୍ରତି ଘୃଣା ଓ ବିଦ୍ୱେଶ ବଢ଼ୁଛି।

ରୁଷ ରାଷ୍ଟ୍ରପତି ପୁଟିନ୍‌ ଜଣେ ପ୍ରକୃତ ଖଳନାୟକ ଏବଂ ଯୁଦ୍ଧ ଖୋର ସାମ୍ରାଜ୍ୟବାଦୀ ବୋଲି ସୋଶାଲ ମିଡିଆରେ ଜୋର୍ ଧରିଛି । ୟୁକ୍ରେନ୍‌ ରାଷ୍ଟ୍ରପତି ଜେନେଲସ୍କି ଏବେ କିଭ୍‌ର ବଙ୍କର ଭିତରେ ଅଛନ୍ତି। ଦୈନିନ ଗୁଳିଗୋଳା ବୋମା ମାଡ଼ ଜାରି ରହିଛି। ତାଙ୍କୁ ମଧ୍ୟ ହତ୍ୟା ଯୋଜନା କରାଯାଉଛି। ରୁଷର ଏହି ବର୍ବୋଚରିତ ଆରକ୍ରମଣକୁ ନିନ୍ଦା କରି ସୋଶାଲ ମିଡିଆରେ ବଦନାମ କରି ଆସୁଛି ୟୁକ୍ରେନ। ପ୍ରାୟ ଦୈନିକ ଭିଡିଓ ବାର୍ତ୍ତା ଜାରି ରଖିଛନ୍ତି ଜେଲେନସ୍କି।

Related Posts