ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ

ପ୍ରାୟ ଦୁଇଘଣ୍ଚା ଧରି ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ଉଭୟ ଦେଶର ମୁଖ୍ୟ ଟେଲିଫୋନିକ ଯୋଗେ ବାର୍ତ୍ତାଳାପ ହୋଇଛି । ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ପୂର୍ବରୁ ୟୁକ୍ରେନକୁ ସମର୍ଥନ କରି ଆସୁଥିବା ଫ୍ରାନ୍ସ, ଋଷ ରାଷ୍ଟ୍ରପତିଙ୍କ ସହ କଥା ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ଫ୍ରାନ୍ସ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ସହ ସହାୟତା କରିବା ନେଇ ମଧ୍ୟ ଘୋଷଣା କରିଥିଲା । ଯାହାକୁ ନେଇ ଋଷ ଉଦବେଗଜନକ ଆଭିମୁଖ୍ୟ ପୋଷଣ କରି ୟୁକ୍ରେନକୁ ସହଯୋଗ କରୁଥିବା ପଶ୍ଚିମ ରାଷ୍ଟ୍ରଙ୍କୁ ପରୋକ୍ଷ ଚେତାବନୀ ମଧ୍ୟ ଦେଇଥିଲା । ତେବେ ଏପରି ସ୍ଥଳେ ଦୁଇ ରାଷ୍ଟ୍ରମୁଖ୍ୟ ଉକ୍ତ ପ୍ରସଙ୍ଗ ନେଇ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିଛନ୍ତି ।ଗତକାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନେଟ ମଧ୍ୟ ମସ୍କୋ ଗସ୍ତ କରି ରାଷ୍ଟ୍ରପତି ପୁଟିନଙ୍କ ସହ ସାକ୍ଷାତ କରିବା ସହ ପ୍ରାୟ 3 ଘଣ୍ଟା ଧରି ଆଲୋଚନା କରିଥିଲେ ।

Related Posts