୧୨ ଦଫା ଦାବିରେ ଦ୍ବିତୀୟ ଦିନରେ ଭାରତ ବନ୍ଦ ପାଳନ

ନୂଆଦିଲ୍ଲୀ: ୧୨ ଦଫା ଦାବିରେ ଦ୍ବିତୀୟ ଦିନରେ ଆଜି ଭାରତ ବନ୍ଦ ।ଟ୍ରେଡ୍ ୟୁନିୟନ ପକ୍ଷରୁ ଦୁଇ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜି ଦ୍ୱିତୀୟ ଦିନ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଦ୍ବିତୀୟ ଦିନରେ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ ।

ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ଆନ୍ଦୋଳନକାରୀ। ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ପଡିଛି । ବ୍ୟାଙ୍କ ସହ ବୀମା କମ୍ପାନୀ ଗୁଡିକ ବନ୍ଦ ରହିଥିବା ବେଳେ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ଆଇନ ସଂଶୋଧନ, ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ଯୋଜନା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବିଭିନ୍ନ ସ୍ଥାନରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ସୋମବାର ପରି ମଙ୍ଗଳବାର ମଧ୍ୟ ଏନଏଚ ଅବରୋଧ କରାଯିବ ବୋଲି ଟ୍ରେଡ୍ ୟୁନିୟନ ପକ୍ଷରୁ କୁହାଯାଇଛି । ଏହି ଧର୍ମଘଟରେ ଓଡ଼ିଶା ପରିବହନ ସଂଘ ସାମିଲ ହୋଇନଥିବାରୁ ରାଜ୍ୟରେ ବସ୍ ଚଳାଚଳ ସ୍ବାଭାବିକ ରହିଛି ।

Related Posts