ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମ ଦେଶର ଅଧିକାଂଶ ଛାତ୍ରଛାତ୍ରୀମାନଙ୍କର ଆଇଏଏସ କିମ୍ବା ଓଏଏସ ହେବା ପାଇଁ ଇଚ୍ଛା ଥାଏ । ଏପରିକି କିଛି ପିଲାମାନେ ଏସବୁକୁ କେବଳ ସ୍ପପ୍ନରେ ଦେଖିଥାନ୍ତି । କାହିଁକିନା ଏସବୁକୁ ହାସଲ କରିବା ଏତେ ସହଜ ନୁହଁ । ଯେମିତି କୌଣସି ଜିନିଷକୁ ପାଇବା ପାଇଁ ତପତ୍ସା କରିବାକୁ ପଡ଼ିଥାଏ, ଠିକ ସେହିପରି ଏସବୁକୁ ହାସଲ କରିବାକୁ ହେଲେ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ । ତେବେ ଯାଇ ଜଣେ ଆଇଏଏସ ଅଫିସର ଭାବରେ ନିଯୁକ୍ତ ପାଇଥାଏ । ଏହା ମଧ୍ୟରେ ଜଣେ ଆଇଏଏସ ଅଧିକାରୀ ରାମ ପ୍ରକାଶ ନିଜ ପିଲା ଦିନର କିଛି କଥାକୁ ମନେ ପକାଇ ଟ୍ୱିଟରେ କିଛି ସ୍ମୃତିକୁ ସେୟାର କରିଛନ୍ତି । ଯେଉଁଥିରୁ ତାଙ୍କ ପିଲାଦିନ ବିଷୟରେ ଜାଣି ୟୁଜରମାନେ ଭାବୁକ ହୋଇଯାଇଛନ୍ତି । ତାଙ୍କ ଟ୍ୱିଟକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି । ଆଇଏଏସ ରାମ ପ୍ରକାଶ ଟ୍ୱିଟରରେ ଲେଖିଛନ୍ତି ଯେ, ସେ ପିଲାଦିନେ ୫ରୁ ୬ଜଣ ଛେଳି ଚରାଇବାକୁ ଯାଇଥିଲେ । ସେଠାରେ ସେମାନେ ଏକ ଆମ୍ବ ଗଛ ଡାଳରେ ଝୁଲୁଥିଲେ । କିନ୍ତୁ ହଠାତ ଡାଳଟି ଭାଙ୍ଗି ଯାଇଥିଲା । କେହି ଏଥିରେ ଆହତ ହୋଇନଥିଲେ । କିନ୍ତୁ ଛୋଟପିଲା ଥିବାରୁ ଘର ଲୋକଙ୍କଠୁ ମାଡ ଖାଇବାର ଭୟ ବି ରହିଥିଲା । ତେଣୁ ସେମାନେ ଚୁପଚାପ ସେ ଭଙ୍ଗା ଡାଳକୁ ଲୁଚାଇ ଦେଇଥିଲେ ।

https://twitter.com/ramprakash0324/status/1510457659090038786?s=20&t=-AqF_Mj5RM8ugV0d-NLvMA

ଯେପରି ଗଛର ଡାଳ ଭାଙ୍ଗିଥିବା ବିଷୟରେ କେହି କିଛି ଜାଣିପାରିବେ ନାହିଁ । ଏହି ଘଟଣା ବାବଦରେ କହିବା ପରେ ଗଣମାଧ୍ୟମରେ ଆଇଏଏସ ରାମ ପ୍ରକାଶ ଏହା ପଛର କାହାଣୀ ବାବଦରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ, ସେ ଉତ୍ତର ପ୍ରଦେଶ ନିର୍ଜାପୁରର ଅମୁଜା ବଜାର ନିକଟରେ ଥିବା ଏକ ଗ୍ରାମରେ ପିଲାଦିନେ ରହୁଥିଲେ । ପାଠ ପଢା ସହ ସେ ନିଜେ ଛେଳି ଚରାଇବାକୁ ଯାଉଥିଲେ । ସ୍କୁଲ ସାରିବା ପରେ ଛେଳି ଚରାଇବାକୁ ଯିବା ତାଙ୍କର ନିତି ଦିନିଆ କାମ ଥିଲା । ତେବେ ଧିରେଧିରେ ସେ ଅଧିକ ପାଠ ପଢିବା ସହ ବାରଣାସୀରେ ଉଚ୍ଚଶିକ୍ଷା ଶେଷ କରିଥିଲେ । ୨୦୦୭ରେ ସେ ଦ୍ୱାଦଶ ପାସ୍ କରିବା ପରେ ସ୍ନାତକତ୍ତୋର ଶେଷ କରିଥିଲେ । ଏହାପରେ ଷଷ୍ଠ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀନ୍ନ ହୋଇଥିଲେ । ତାଙ୍କୁ ୧୬୨ ରାଙ୍କ୍ ମିଳିଥିଲା । ୨୦୨୫ରୁ ସେ ୧୦୪୧ ନମ୍ବର ପାଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।