ବିଶ୍ୱର ବଡ଼ ମାଲବାହୀ ବିମାନକୁ ବୋମାରେ ଉଡ଼ାଇଲା ଋଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଶ୍ୱର ବଡ଼ ମାଲବାହୀ ବିମାନକୁ ବୋମାରେ ଉଡ଼ାଇଲା ଋଷ । ତୈଳ ଡିପ, ସରକାରୀ ଅଫିସ ଏପରି ଅନେକ ୟୁକ୍ରେନର ସ୍ଥାନଗୁଡ଼ିକରେ ରୁଷ ଆକ୍ରମଣ କରିବାରେ ଲାଗିଛି । ଏପରିକରି ରୁଷ ୟୁକ୍ରେନକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି । ଏହା ମଧ୍ୟରେ ଏୟାରପୋର୍ଟ ଉପରେ ବୋମା ପକାଇ ବିଶ୍ୱର ସବୁଠାରୁ ବଡ଼ ବିମାନକୁ ନଷ୍ଟ କରିଦେଇଛି ଋଷ ସେନା। ୟୁକ୍ରେନର ହୋଷ୍ଟୋମେଲ୍ ଏୟାରପୋର୍ଟରେ ଏହି ବିମାନ ରଖାଯାଇଥିବା ବେଳେ ତା ଉପରେ ବୋମା ମାଡ଼ କରି ବଡ଼ ବିମାନକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି ଋଷିଆ।

ବିଶ୍ୱର ବଡ଼ ବିମାନ ଏନ୍-୨୨୫ ମାରିଆ ଯାହାକୁ ଦିନେ ‘ଡ୍ରିମ୍’ ନାଁରେ ଲୋକେ ଜାଣିଥିଲେ ଆଜି ଆକ୍ରମଣ ପରେ ଏହା କେବଳ ଧାତୁ ଖଣ୍ଡ ହୋଇ ରହିଯାଇଛି। ଏହି ବିଶାଳ ବିମାନଟି ଅଣ୍ଟୋନୋଭ ଇଣ୍ଟରନ୍ୟାସ୍ନାଲ ଏୟାରପୋର୍ଟ( ହଷ୍ଟୋମେଲ ଏୟାରପୋର୍ଟ ବି କୁହାଯାଏ) ଭିତରେ ରଖାଯାଇଥିଲା। ଏୟାରପୋର୍ଟ ଉପରେ ବାରମ୍ବାର ମିସାଇଲ ଓ ବୋମାମାଡ଼ ପରେ ପରେ ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଭିତରେ ଥିବା ବିଶ୍ୱର ବଡ଼ ମାଲବାହୀ ବିମାନ ଏନ୍-୨୨୫ ମାରିଆ ନଷ୍ଟ ହୋଇଯାଇଛି।ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts