ଖୋର୍ଦ୍ଧା : ଖୋର୍ଦ୍ଧା ୧୬ନଂ ଜାତୀୟ ରାଜପଥର ଗଡ ଖୋର୍ଦ୍ଧା ଛକ ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରକକୁ ପଛ ପଟୁ ପିଟିଛି ବସ୍ । ଫଳରେ ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି ।
ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ର ସହାୟତାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାସହିତ ଟ୍ରକକୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଥିବା ଘରେ ମଧ୍ୟ ଧକ୍କା ହୋଇଛି ।
ଖବର ଅନୁଯାୟୀ, ଭୁବନେଶ୍ବରରୁ ଯାତ୍ରୀ ନେଇ ଫୁଲବାଣୀ ଯାଉଥିଲା ଓଁ ଶାନ୍ତି ନାମକ ଘରୋଇ ବସ୍ ଦୁର୍ଘଟଣା ଗସ୍ତ ହୋଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
