ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୌସୁମୀ ଅଧିବେଶନର ଆରମ୍ଭ । ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଅଧିବେଶନ ଆରମ୍ଭରୁ ମୁଲତବୀ ନୋଟିସ୍ ଆଣିଛନ୍ତି ବିରୋଧୀ । ପିଇବା ପାଣି ଓ ବିଜୁଳି ବିଲ୍ ପ୍ରସଙ୍ଗରେ ବିରୋଧୀ ମୁଲତବୀ ନୋଟିସ୍ ଆସିଛନ୍ତି । ରାଜ୍ୟରେ ବିଦ୍ୟୁତ୍ ଯୋଗାଣରେ ଅବ୍ୟବସ୍ଥା ପାଇଁ ସାଧାରଣ ଲୋକ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଏପରିକି ପିଇବା ପାଣି ପିଇବାରୁ ମଧ୍ୟ ଲୋକେ ବଞ୍ଚିତ ହେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ଆଜି ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ ।

ଏହି ଅଧିବେଶନରେ ମୋଟ୍ ୨୪ଟି କାର୍ଯ୍ୟ ଦିବସ ରହିଛି । ଅନ୍ୟପଟେ ଚଳିତ ବିଧାନସଭା ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି । ପୂର୍ବରୁ କରୋନା ପାଇଁ ୫ ଘଣ୍ଟା ଚାଲୁଥିବା ବେଳେ ଏବେ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ । ସକାଳ ସାଢେ ୧୦ଟାରୁ ଆରମ୍ଭ ହୋଇ ଦିନ ଗୋଟାଏ ତିରିଶ ଓ ୪ଟାରୁ ୭ଟା ପର୍ଯ୍ୟନ୍ତ ଚାଲିବ ଗୃହକାର୍ଯ୍ୟ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ଗୃହ କାର୍ଯ୍ୟ ପରିଚାଳନ କରୁଛନ୍ତି । ବିଧାନସଭା ପହଂଚିବା ପରେ ନୂଆ ବାଚସ୍ପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।