ମହମ୍ମଦ ଜୁବେରଙ୍କ ବିରୋଧରେ ପ୍ରମାଣ ନଷ୍ଟ, ବିଦେଶରୁ ଚାନ୍ଦା ଆଦାୟର ବି ରହିଛି ଅଭିଯୋଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହମ୍ମଦ ଜୁବେରଙ୍କ ବିରୋଧରେ ସଙ୍ଗୀନ ଦଫା । ସେପଟେ ଫ୍ୟାକ୍ଟ ଚେକର ମହମ୍ମଦ ଜୁବେରଙ୍କୁ ଦିଲ୍ଲୀ ପୋଲିସ ପଟିଆଲା ହାଉସ କୋର୍ଟରେ ହାଜର କରିଛି । ଦିଲ୍ଲୀ ପୋଲିସ ଜୁବେରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ନେବାକୁ ଆବେଦନ କରିଥିବା ବେଳେ ତାଙ୍କ ବିରୋଧରେ ପ୍ରମାଣ ନଷ୍ଟ, ଷଡଯନ୍ତ୍ର କରିବା, ବିଦେଶରୁ ଚାନ୍ଦା ଆଦାୟ ଭଳି ସଙ୍ଗୀନ ଅପରାଧର ବିଭିନ୍ନ ଧାରା ଲଗାଇଛି । ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଜୁବେରଙ୍କ ମୋବାଇଲ ଫୋନ ଏବଂ ହାର୍ଡଡିସ୍କ ଜବତ କରାଯାଇଛି । ସେପଟେ ଜୁବେରଙ୍କ ଓକିଲ ପଟିଆଲା ହାଉସ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଦିଲ୍ଲୀ ପୋଲିସ ଜୁବେରଙ୍କ ବିରୋଧରେ ଧାରା ୨୦୧, ୧୨୦ବି, ୩୫ଏଫସିଆରଏର ସଙ୍ଗୀନ ଦଫା ଲଗାଇଛି । ତାଙ୍କ ବିରୋଧରେ ପ୍ରମାଣ ନଷ୍ଟ, ଷଡଯନ୍ତ୍ର କରିବା, ବିଦେଶରୁ ଚାନ୍ଦା ଆଦାୟର ଅଭିଯୋଗ ମଧ୍ୟ ହୋଇଛି । ଅନ୍ୟପଟେ ଦିଲ୍ଲୀ ପୋଲିସ ଜୁବେରଙ୍କ ବ୍ୟାଙ୍କ ତଥ୍ୟ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରିଛି ।

ସେହିଭଳି ଏଫଆଇଆର କପି ମଧ୍ୟ ଇଡିକୁ ହସ୍ତାନ୍ତର କରାଯାଇଛି । ଜୁନ ୨୯ ତାରିଖରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇଛି । ପୋଲିସ ପ୍ରଭାଦ ଫାଉଣ୍ଡେସନର ଆଇସିଆଇସି ବ୍ୟାଙ୍କର ସମସ୍ତ ତଥ୍ୟ ପ୍ରଦାନ କରିଛି । ଏହି ଆକାଉଣ୍ଟରେ ଗତ ତିନି ମାସରେ ୫୬ ଲକ୍ଷ ଟଙ୍କା ଆସିଛି । ସୂଚନା ଅନୁସାରେ ଏହି ଆକାଉଣ୍ଟକୁ ପାକିସ୍ତାନ ଏବଂ ସାଉଦି ଆରବରୁ ଟଙ୍କା ଆସୁଛି । ସେପଟେ ଦିଲ୍ଲୀ ପୋଲିସର ସ୍ପେଶାଲସେଲ ଫ୍ୟାକ୍ଟ ଚେକର ମହମ୍ମଦ ଜୁବେରଙ୍କୁ ଧାର୍ମିକ ଭାବନା ଉସକେଇବା ଅଭିଯୋଗରେ ଜୁନ ୨୭ରେ ଗିରଫ କରାଯାଇଥିଲା ଦିଲ୍ଲୀ ପୋଲିସର ସେକସନ ୧୫୩ ଏ ଏବଂ ୨୯୫ ଏ ଅନୁସାରେ ମହମ୍ମଦ ଜୁବେରଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସର ଅନୁରୋଧ ଉପରେ ଅଦାଲତ ସମସ୍ତ ତଥ୍ୟ ଉପରେ ବିଚାର କରିବା ପରେ ଜୁବେରଙ୍କୁ ପୋଲିସ ହେପାଜତଙ୍କୁ ପଠାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts