ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅପରେସନ ସିନ୍ଦୂରକୁ ପୂରିଲା ବର୍ଷେ । ଭାରତୀୟ ସେନାବାହିନୀର ଅତୁଳନୀୟ ସାହସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା। ତେବେ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ତାଙ୍କ ଆକାଉଣ୍ଟର ଡିସ୍ପ୍ଲେ ଫଟୋରେ ଏହାର ଏକ ଫଟୋକୁ ସ୍ଥାନିତ କରିଛନ୍ତି । ଏହାସହିତ ଜାତୀୟ ପତାକା ମଧ୍ୟ ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ତାଙ୍କ ବାର୍ତ୍ତାରେ ଭାରତୀୟ ସେନାବାହିନୀକୁ ଏହାର ଅତୁଳନୀୟ ସାହସ ପାଇଁ ପ୍ରଶଂସା କରିଛନ୍ତି ।
ପହଲଗାମରେ ନିରୀହ ଭାରତୀୟଙ୍କ ଉପରେ ହୋଇଥିବା ବର୍ବରତାର ଉଚିତ ଜବାବ ଦେଇଛନ୍ତି। ପୂରା ଦେଶ ଆମ ସୈନ୍ୟଙ୍କ ଅଦମ୍ୟ ସାହସକୁ ପ୍ରଶଂସା କରୁଛି ବୋଲି କହିଛନ୍ତି । ଅପରେସନ ସିନ୍ଦୂର ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଜବାବ ଓ ଜାତୀୟ ସୁରକ୍ଷା ରକ୍ଷା କରିବାକୁ ଅଟଳ ପ୍ରତିବଦ୍ଧତାକୁ ସୂଚାଉଛି । ଆତଙ୍କବାଦକୁ ପରାସ୍ତ କରିବା ଓ ଏହାର ସମସ୍ତ ନେଟୱର୍କୁ ନଷ୍ଟ କରିବାକୁ ଆମେ ଦୃଢ ପ୍ରତିଶ୍ରୁତିବଦ୍ଧ ଅଛୁ ବୋଲି ବାର୍ତ୍ତା ଦେଇଛନ୍ତି।
