ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ସଂରକ୍ଷଣ ବିଲକୁ ନେଇ ସାରା ଦେଶର ରାଜନୀତିକ ମାହଲ୍ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ମ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବିଧାନର ୧୩୧ ତମ ସଂଶୋଧନକୁ ଲୋକସଭାରେ ପରାଜିତ କରି ବିରୋଧୀ ହସଖୁସିର ସହ ଉତ୍ସବ ପାଳନ କରୁଛନ୍ତି। ବିରୋଧୀ ଦଳଗୁଡ଼ିକ ମିଳିମିଶି ଦେଶର ମାତୃଶକ୍ତି ସହ ବିଶ୍ବାସଘାତ କରିଛନ୍ତି। ବାସ୍ତବରେ ଏହା ଦେଶର ମହିଳାଙ୍କ ପରାଜୟ ନୁହେଁ, ଏହା ବିରୋଧୀଙ୍କ ଅହଙ୍କାର। ଏହାର ଜବାବ ଏ ଦେଶର ନାରୀଶକ୍ତି ଆଗାମୀ ୨୦୨୯ ନିର୍ବାଚନରେ ଭୋଟ ମାଧ୍ୟମରେ ନିଶ୍ଚିତ ଦେବେ। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ନାରୀଶକ୍ତି ବନ୍ଦ ଅଧିନିୟମ’ ଉପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ରାଜନୀତିରେ ମହିଳାଙ୍କ ଭାଗିଦାରୀ ବଢ଼ାଇବାକୁ ମୋଦୀ ସରକାର ମହିଳାଙ୍କ ପାଇଁ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲ୍‌ ଆଣିଥିଲେ। କିନ୍ତୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ସଂସଦ ଓ ବିଧାନସଭାରେ ନାରୀଙ୍କ ପ୍ରତିନିଧିତ୍ବ ବଢ଼ୁ ବୋଲି ଚାହୁ ନାହାନ୍ତି ବୋଲି କହିଛନ୍ତି ।