ରାଜ୍ୟସଭାରେ ବିରୋଧୀଙ୍କ ହଙ୍ଗାମା; ଗୃହ କାର୍ଯ୍ୟରେ ବାଧା ଯୋଗୁଁ ୧୧ ସାଂସଦ ନିଲମ୍ବିତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୌସୁମୀ ଅଧିବେସନରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଙ୍ଗାମା କରିବାରୁ ୧୧ଜଣ ରାଜ୍ୟସଭା ସାଂସଦଙ୍କୁ ନିଲମ୍ବନ କରାଯାଇଛି । ଦରଦାମ ବୃଦ୍ଧି, ବେରୋଜଗାରୀ, ଜିଏସଟି, ଓ ଯାଞ୍ଚ ଏଜେନ୍ସି ଗୁଡିିକର କାର୍ଯ୍ୟପନ୍ଥାକୁ ନେଇ ସାଂସଦଙ୍କୁ ୧ ସପ୍ତାହ ପାଇଁ ସଂସଦରୁ ନିଲମ୍ବନ କରିଦିଆଯାଇଛି ।ଏହା ପୂର୍ବରୁ ମଧ୍ୟ ସୋମବାର ୪ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା ।

ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଅଛନ୍ତି ତୃଣମୂଳ କଂଗ୍ରେସ ଓ ଡିଏମକେର ସାଂସଦ । ସୁସ୍ମିତା ଦେବ, ଡ. ଶାନ୍ତନୁ ସେନ୍, ଡୋଲା ସେନ୍, ଶାନ୍ତି ଛେତ୍ରି, ମୋହମ୍ମଦ ଅବଦୁଲ୍ଲା, ଏଏ ରହିମ୍, ଏଲ ଯାଦବ, ଶିବାଦାସନ, ଅବୀର ରଂଜନ ବିଶ୍ୱାସ, ଓ ନଦୀମୂଲ ହକ୍ । ସଂସଦର ପ୍ରଶ୍ନୋତ୍ତର କାର୍ଯ୍ୟରେ ବାଧା ସୃଷ୍ଟିି କରିଥିବାରୁ ଧାରା ୨୫୬ ଅଧିନରେ ସେମାନଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି ।

Related Posts