ମଙ୍କିପକ୍ସ ପାଇଁ ବାହାରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ ବିଶେଷ ନଜର ରଖାଯାଇଛି: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କରୋନା ପ୍ରକୋପ କମୁନଥିବାବେଳେ ମଙ୍କିପକ୍ସ ନେଇ ଆତଙ୍କ ଦେଖାଦେଲାଣି । ତେବେ ଏନେଇ ଆମ ରାଜ୍ୟରେ ସ୍ଥିତି ଖରାପ ନୁହେଁ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ତେଥାପି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ସେ କହିଛନ୍ତି ଆସନ୍ତା ୩୦ ତାରିଖରେ ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ବସିବ । ସ୍ଥିତି ଉପରେ ନଜର ରଖାଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ବିଶେଷ ନଜର ରଖାଯାଇଛି । ମଙ୍କିପକ୍ସ ପରୀକ୍ଷା ପାଇଁ ବର୍ତ୍ତମାନ ଦେଶରେ ୧୦ଟି ପରୀକ୍ଷା କେନ୍ଦ୍ର ଅଛି । ଯେଉଁମାନଙ୍କର ଲକ୍ଷଣ ରହିଛି ସେମାନେ ସ୍ୱାସ୍ଥ୍ୟ ବିଭାଗ ସହ ପରାମର୍ଶ କରନ୍ତୁ । ଗାଇଡ଼ଲାଇନ ଆସିବା ପରେ ଏବେ ହସ୍ପିଟାଲଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts