ଶିକ୍ଷାବିତଙ୍କ ବିରୋଧ ଓ ୟୁଜିସିର ତାଗିଦ ପରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖିଲା ଓପିଏସସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିକ୍ଷାବିତଙ୍କ ବିରୋଧ ଓ ୟୁଜିସିର ତାଗିଦ ପରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖିଲା ଓପିଏସସି । ସେପଟେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ଉପରେ ସୁପ୍ରମିକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ରାଜ୍ୟ ସରକାର ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଥିଲେ । ତେବେ ଶିକ୍ଷାବିତଙ୍କ ବିରୋଧ ଓ ୟୁଜିସିର ତାଗିଦ ପରେ ଶୁକ୍ରବାର ଓଡ଼ିଶା ଲୋକସେବା ଆୟାଗ ଏହି ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏନେଇ ଶୁକ୍ରବାର ଓପିଏସସି ପକ୍ଷରୁ ଏକକାଳୀନ ଦୁଇଟି ନୋଟିସ ଜାରି ହୋଇଛି । ଫିଜିକ୍ସରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଆସନ୍ତା ଜୁନ ୪ରେ ହେବାକୁ ଥିବା ସାକ୍ଷାତକାର ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ସେହିପରି ବାଣିଜ୍ୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଜୁନ ୬ରେ ହେବାକୁ ଥିବା ଡକ୍ୟୁମେଣ୍ଟ ଯାଞ୍ଚ କାର୍ଯ୍ୟକ୍ରମକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଆଉ ଏକ ବିଜ୍ଞପ୍ତରେ ସୂଚନା ଦିଆଯାଇଛି । ଅନ୍ୟପଟେ ବିଭିନ୍ନ ବିଷୟରେ ମୋଟ ୬୦୬ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଓପିଏସସି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥି ମଧ୍ୟରୁ କେତେକ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ଆଦି ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ ବାଣିଜ୍ୟ ଓ ଫିଜିକ୍ସର ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲା ।

ଏନେଇ ଓପିଏସସି ବିଜ୍ଞପ୍ତି ପ୍ରକାଶ କରିବା ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଉଚ୍ଚଶିକ୍ଷା ବିଭାଗ ଏବଂ ଓପିଏସସି ସଚିବଙ୍କୁ ଚିଠି ଲେଖି ଏଥିରୁ ଦୂରେଇ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ୨୦ ତାରିଖରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ଉପରେ ସୁପ୍ରିମକୋଟର୍କ ରହିତାଦେଶ ଲଗାଇଥିଲେ । ମାମଲା ବିଚରାଧୀନ ଥିବାବେଳେ ନିଯୁକ୍ତି ପ୍ରକ୍ରିିୟା ପାଇଁ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ୟୁଜିସି କହିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରହିବାକୁ ୟୁଜିସି ଚିଠିରେ ଉଲ୍ଲେଖ କରିଥିଲା । ଅବମାନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲା । ସେପଟେ ଶୁକ୍ରବାର ଏହି ମାମଲାରେ ଚୂଡ଼ାନ୍ତ ରାୟ ନ ଆସିବା ପର୍ଯ୍ୟନ୍ତ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅନୁପାଳନ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ରାଜ୍ୟାପଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଦାବି ଜଣାଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts