ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ସତ୍ୟପାଠ ବ୍ୟୁରୋ : ପରଲୋକରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୌର । ବୁଧବାର ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ବର୍ଷ ବୟସ ହୋଇଥିଲା । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବାବୁଲାଲ ମଧ୍ୟପ୍ରଦେଶର ୧୬ ତମ ମୁଖ୍ୟମନ୍ତ୍ରୀ ଥିଲେ । ଗତ କିଛ ଦିନ ହେବ ସେ ଅସୁସ୍ଥ ଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯିବାରୁ ଅଗଷ୍ଟ ୮ ତାରିଖରେ ଭୋପାଳ ସ୍ଥିତ ନର୍ମଦା ହସପିଟାଲରେ ଭର୍ତ୍ତୀ କରାଯାଇଥିଲା । ଆଜି ତାଙ୍କର ପରଲୋକ ହୋଇଛି । ବାବୁଲାଲଙ୍କ ପରଲୋକରେ ଭାରତୀୟ ଜନତା ପାର୍ଟିର ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Related Posts