ଓସ୍କାର ୨୦୨୪ରେ ବାଜି ମାରିନେଲା ଫିଲ୍ମ ‘ଓପନ ହାଇମର୍’, ହାତେଇଲା ୭ଟି ଓସ୍କାର

ଭୁବନେଶ୍ୱର,୧୧/୩(ସତ୍ୟପାଠ ବ୍ୟୁରୋ): ୨୦୨୪ ଓସ୍କାର ସେରିମନିରେ ବିଜେତା ହୋଇଛନ୍ତି ‘ଓପନ ହାଇମର୍’। ଆମେରିକାର ଲସ୍ ଆଞ୍ଜେଲ୍ସର ଡଲବୀ ଥିଏଟରରେ ଆୟୋଜିତ ହୋଇଥିବା ୯୬ତମ ଏକାଡେମୀ ଆୱାର୍ଡ଼ସର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓପନ ହାଇମର୍ ଫିଲ୍ମ ୭ଟି ଓସ୍କାର ହାତେଇବା ସହ ପାଇଛି ଶ୍ରେଷ୍ଠ ଫିଲ୍ମର ମାନ୍ୟତା।

 ପରମାଣୁ ବୋମା ନିର୍ମାଣ ଉପରେ ଆଧାରିତ ‘ଓପନ ହାଇମର୍’ ଫିଲ୍ମ ଓସ୍କାର ଜିତିବା ସହ। ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତାକୁ ମିଶାଇ ୭ଟି ଓସ୍କାର ହାତେଇଛି ଓମନ ହାଇମର।

ଏହାବ୍ୟତୀତ ‘୨୦ ଡେଜ୍ ଇନ୍ ମାରିଓପୋଲ’କୁ ମିଳିଛି ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଫିଚର ଫିଲ୍ମ । ‘ଦି ୱାଣ୍ଡରଫୁଲ୍ ଷ୍ଟୋରୀ ଅଫ୍ ହନେରୀ ସୁଗାର’କୁ ଶ୍ରେଷ୍ଠ ଆକ୍ସନ ସର୍ଟ ଫିଲ୍ମ ଘୋଷଣା କରାଯାଇଥିବା ବେଳେ ‘ଦି ଲାଷ୍ଟ ରିପର’କୁ ଶ୍ରେଷ୍ଠ ଡକୁମେଣ୍ଟାରୀ ସର୍ଟ ଫିଲ୍ମ ପୁରସ୍କାର ମିଳିଛି ।

ଦା’ ଭିନେ ଜୟ ରାନଡଲ୍ଫଙ୍କୁ ମିଳିଛି ବେଷ୍ଟ ସପୋର୍ଟଂ ଅଭିନେତ୍ରୀ ପୁରସ୍କାର । ବ୍ରିଟେନର ‘ଜୋନ୍ ଅଫ୍ ଇଣ୍ଟରେଷ୍ଟକୁ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ସହ ଶ୍ରେଷ୍ଠ ସାଉଣ୍ଡ ଆୱାର୍ଡ଼ ମିଳିଛି । ‘ପୁଅର ଥିଙ୍ଗସ୍‌ ’ ୩ଟି କ୍ୟାଟେଗୋରୀରେ ଓସ୍କାର ଜିତିଛି । ଶ୍ରେଷ୍ଟ ପ୍ରଡକ୍ସନ ଡିଜାଇନ୍ ଆୱାର୍ଡ, ଶ୍ରେଷ୍ଠ କଷ୍ଟ୍ୟୁମ ଡିଜାଇନ୍‌ ଏବଂ ଶ୍ରେଷ୍ଠ ମେକଅପ୍ ଏବଂ ହେୟାରଷ୍ଟାଇଲିଙ୍ଗ ଆୱାର୍ଡ ହାତେଇ ନେଇଛି ଏହି ଫିଲ୍ମ ।

ସେହିପରି ‘ଦି ୱାର୍ ଇଜ୍ ଓଭର ! ଇନ୍ସପାୟାର୍ଡ ବାଇ ଦି ମ୍ୟୁଜିକ୍ ଅଫ୍ ଜନ୍ ଏଣ୍ଡ୍ ୟୋକୋ’କୁ ଶ୍ରେଷ୍ଠ ଆନିମେଟେଡ୍ ସର୍ଟ ଫିଲ୍ମ ଆୱାର୍ଡ଼ ମିଳିଛି । ‘ଦି ବୟ ଏଣ୍ଡ୍ ଦି ହେରନ୍‌’କୁ ମିଳିଛି ଶ୍ରେଷ୍ଠ ଆନିମେଟେଡ୍ ଫିଚର ଫିଲ୍ମ ଆୱାର୍ଡ଼ ।

ଦି ବୟ ଆଣ୍ଡ ଦି ହିରୋନକୁ ବେଷ୍ଟ ଆନିମେଟେଡ ଫଚର ପୁରସ୍କାର ମିଳିଥିବାବେଳେ ବେଷ୍ଟ ଆନିମେଟେଡ ସର୍ଟ ଫିଲ୍ମ ପୁରସ୍କାର ଲାଭ କରିଛି ୱାର ଇଜ ଓଭର। ଦି ହୋଲଡଓଭର୍ସ ଫିଲ୍ମ ଲାଗି ଶ୍ରେଷ୍ଠ ସପୋର୍ଟିଂ ଆକ୍ଟ୍ରେସ ପୁରସ୍କାର ଲାଭ କରିଛନ୍ତ ଡାଭିନ ଜୟ ରାଣ୍ଡଲଫ। ଗର୍ଜିଲା ମାଇନସ ୱାନକୁ ମିଳିଛି ବେଷ୍ଟ ଭିଜୁଆଲ ଏଫେକ୍ଟସ ଆୱାର୍ଡ।

Related Posts