୪୨ ଲୋକସଭା ପ୍ରାର୍ଥୀ ଘୋଷଣା କଲା ଟିଏମ୍‌ସି; ତାଲିକାରେ ୟୁସୁଫ ପଠାନ, ରଚନା ବାନାର୍ଜୀ, ଶତ୍ରୁଘ୍ନ ସିହ୍ନା, ମହୁଆ ମୋଇତ୍ରା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଗାମୀ ଲୋକସଭା ନିର୍ବଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ତ୍ରୁଣମୂଳ କଂଗ୍ରେସ। ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ୪୨ଟି ଆସନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥର ପୁଣି ଥରେ ଦଳ ବଲିଉଡର ବର୍ଷିଆନ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଆସନସୋଲରୁ ଟିକେଟ୍‌ ଦେଇଛି। ସେ ପୁଣି ଥରେ ଏହି ଆସନରୁ ନିର୍ବାଚନ ଲଢ଼ିବେ। ସେହିରପି ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଛନ୍ଦି ହୋଇଥିବା ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ମଧ୍ୟ ଦଳ ଟିକେଟ୍‌ ଦେଇଛି। ପୁଣି ଥରେ ତାଙ୍କୁ କୃଷ୍ଣନଗର ଆସନରୁ ଟିଏମ୍‌ସି ପ୍ରାର୍ଥୀ କରିଛି।

ସେହିପରି ଡାଇମଣ୍ଡ ହାର୍ବର ରୋଡ୍‌ରୁ ଦଳ ଅଭିଷେକ ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି। ସେହିପରି ଦଳ ବହରାମପୁରରୁ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କରିଛି। ସେହିପରି କୁଚବିହାରରୁ ଜଗଦିଶ ବସୁନିଆ, ଆଲିପୁରଦ୍ୱାରରୁ ପ୍ରକାଶ ବାରିକ, ଜଲପାଇଗୁଡିରୁ ନିର୍ମଳ ରାଏ, ଦାର୍ଜିଲିଂରୁ ଗୋପାଳ ଲାମା, ରାୟଗଞ୍ଜରୁ କୃଷ୍ଣା କଲ୍ୟାଣୀ, ବାଲୁରଘାଟରୁ ବିପ୍ଲବ ମିତ୍ରା, ମାଲଦା ଉତ୍ତରରୁ ପ୍ରସୁନ ବାନାର୍ଜୀ, ମାଲଦା ଦକ୍ଷିଣରୁ ଶାହାନାଜ ଅଲ୍ଲି ରାୟହାନ, ଦୁର୍ଗାପୁରରୁ କିର୍ତ୍ତି ଆଜାଦ, ବସିରହାଟରୁ ହାଜି ନୁରୁଲ ଇସଲାମ, ଯାଦବପୁରରୁ ସୟାନୀ ଘୋଷ, କୋଲକାତା ଉତ୍ତରରୁ ସୁଦୀପ ଘୋଷ, ହାୱଡାରୁ ପ୍ରସୁନ୍ନ ବାନାର୍ଜୀ, ହୁଗଳୀରୁ ରଚନା ବାନାର୍ଜୀ ଏବଂ ଓଲୁବୋରିଆରୁ ସଜଦା ଅହମ୍ମଦ ନିର୍ବାଚନ ଲଢ଼ିବେ।

ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏକ ମେଗା ରାଲି କରି ମମତା ପରେଡ୍‌ ଗ୍ରାଉଣ୍ଡରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ରାଲି ପୂର୍ବରୁ ମମତା ବାନାର୍ଜୀ ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଜରିଆରେ ସେ ଲୋକଙ୍କୁ ଏହି ରାଲିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

Related Posts