ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କଲା ଓସେପା

ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ପ୍ରବାହ | ଝାଂଜି ପବନ ବୋହିବା ସହ ଦିନର ତାପମାତ୍ରା ମଧ୍ୟ ବଢିବାକୁ ଳାଗିଲାଣି | ରାଜ୍ୟରେ କିଛି ଜିଲ୍ଲାରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାକୁ ବସିଥିବା ବେଳେ, ରାଜ୍ୟରେ ବଢୁଥିବା ଏହି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଗୁଡିକ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ଓସେପା ।

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପ୍ରସ୍ତୁତ ରହିବାକୁ ଗାଇଡଲାଇନ୍‌ରେ ନିର୍ଦ୍ଦେଶ ରହିଛି । ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ପ୍ରଚୁର ପରିମାଣର ଓଆରଏସ୍ ମହଜୁଦ ରଖିବାକୁ କୁହାଯାଇଛି । ଏହାଛଡା ପିଲାମାନଙ୍କୁ ପାଣି ବୋତଲ ସହ ସ୍କୁଲ ପଠାଇବାକୁ ଗାଇଡଲାଇନ୍‌ରେ ଅବିଭାବକଙ୍କୁ ପରାମର୍ଶ ଦିଆଯାଇଛି ।

ଏନେଇ ରାଜ୍ୟର ସମସ୍ତ ଡିଇଓ ଓ ଡିପିସି ମାନଙ୍କୁ ଚିଠି ଲେଖି ନୂଆ ଗାଇଡଲାଇନ୍ ବାବଦରେ ଅବଗତ କରାଇଛନ୍ତି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ । ନୂଆ ଗାଇଡଲାଇନ୍ କୁ ଉଭୟ ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକ ମାନିବ ପାଇଁ ନିର୍ଦେଶ ଦିଆଯାଇଛି |

Related Posts