ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ୍ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍। ମଙ୍ଗଳବାର ଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ ଏସଟିଏଫ୍। ଗୁଡୁ ମୁସଲିମ୍ ଲିଙ୍କ୍‌ରେ ପଠାଣିସାମନ୍ତକୁ ଅଧିକ ପଚରାଉଚୁରା ହୋଇପାରେ। ପଶ୍ଚିମବଙ୍ଗ ଏସଟିଏଫ୍‌ର ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ଏନଆଇଏ ଜେରା କରିବ। ପଶ୍ଚିମବଙ୍ଗ ସିଲିଗୁଡି ଥାନାରେ ପଠାଣିସାମନ୍ତ ନାଁରେ ପୂର୍ବରୁ ମାମଲା ରହିଛି।

ସୂଚନାନୁଯାୟୀ, ପଠାଣିସାମନ୍ତ ଓ ଅଭିଜିତ ସଞ୍ଜୟ ଜମ୍ବୁରେଙ୍କୁ ମୁହାଁମୁହିଁ ଜେରା ହୋଇପାରେ। ହନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ୍ ନେଇ ଅଧିକ ପଚରାଉଚୁରା ହେବ। ପୂର୍ବରୁ ଏନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଅଭିଯୁକ୍ତଙ୍କୁ ଜେରା କରିଛି ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ଵାର୍ଡ।

ସେହିପରି ପୂର୍ବରୁ ଅନ୍ୟ ଅଭିଯୁକ୍ତ ଅଭିଜିତ୍‌ ଜମ୍ବୁରେଙ୍କୁ ଜେରା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍‌ଆଇଏ । ଏହି ଜେରା ସମୟରେ ଏନ୍‌ଆଇଏକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । କିନ୍ତୁ ଅଭିଜିତଙ୍କ ମତରେ, ତାଙ୍କୁ ଏହି କେସ୍‌ରେ ଫଶାଇ ଦିଆଯାଇଛି । ସେ ନିର୍ଦ୍ଦୋଷ ବୋଲି ଦାବି କରିଥିଲେ ।