ପୁରୀ ବେଳାଭୂମି ରେ ରୋମିଓଙ୍କୁ ନିଧୁମ୍ ଛେଚା, ଝିଅଙ୍କୁ କମେଣ୍ଟ ମାରି ଜେଲ ଗଲେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପୁରୀ ବେଳାଭୂମି ରୋଡରେ ମିନି ସ୍କର୍ଟ ପିନ୍ଧି ଦୁଇ ଜଣ ଯୁବତୀ ଯାଉଥିବାର ଦେଖି ଅଶ୍ଲୀଳ ଭାଷାରେ ଇଙ୍ଗିତ କରିଥଲେ ଦୁଇ ଯୁବକ । ବିୟୁଟିଫୁଲ୍ ଝିଅ ,ତୁମେ ଭାରି ସେକ୍ସି ଲାଗୁଛ ବେଲି ସେ ଦୁଇ ଯୁବକ କହିଥିଲେ । ଯୁବତୀଙ୍କ ସହ ଅସଦାଚରଣ କରିବା ସହ ଏକ ଭିଡିଓ ଉତ୍ତୋଳନକରି ଭାଇରାଲ କରିଥିବା ଅଭିଯୋଗ ହେଇଥିଲା । ବେଳାଭୁମିର ଭିକ୍ଟୋରିଆ ହୋଟେଲ ନିକଟରେ ଏହିଘଟଣାଟି ଘଟିଥଲା । ଦୁଇଯୁବକଙ୍କ ଅଶ୍ଲୀଳ କଥାକୁ ଯୁବତୀ ନିଜ ମୋବାଇଲରେ ରେକର୍ଡିଂ କରିଥିଲେ । ତାହା ପରେ ସ୍ଥାନୀୟ ଲେକେ ସେ ଦୁଇ ଯୁବକଙ୍କୁ ଧରି ନିଧୁମ୍ ଛେଚିବା ପରେ ପୋଲିସର ଜିମା ଦେଇଥିଲେ । ସମୁଦ୍ର କୂଳ ଥାନା ଅଦୀକାରୀ ଚିନ୍ମୟ ରାଉତ କହିଛନ୍ତି ଲକ୍ଷ୍ମୀପ୍ରିୟା ଓ ତାଙ୍କ ବାନ୍ଧବୀଙ୍କ ମାମଲା ଦାୟର ଅନୁସାରେ ସେ ଦୁଇ ଯୁବକଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଦୁଇ ଭାଇ ଅନୀଲ କୁମାର ଦାସ (୩୪) ଓ ଅଜିତ କୁମାର ଦାସ (୩୬) ଦୁହିଁଙ୍କ ଘର କଟକ ଜିଲ୍ଲା ଲାଲବାଗ ଥାନା ଅଧୀନ ଚାନ୍ଦିନୀ ଚୌକରେ । ଦୁଇ ଅଭିଯୁକ୍ତଙ୍କ ନାଁରେ ଆଇ.ପି.ସି.ର ଦଫା ୩୪୧,୩୫୪(କ),୩୫୪(ଖ),୫୦୬ ଓ ୩୪ ଅନୁସାରେ ରୁଜୁ କରାଯାଇଛି ବୋଲି ଥାନା ଅଧିକାରୀ ଚିନ୍ମୟ ରାଉତ କହିଛନ୍ତି

Related Posts