ଚିଦାମ୍ବରମଙ୍କୁ କୋର୍ଟରେ ହାଜର କଲା ସିବିଆଇ

ଆଇଏନଏକ୍ସ ମିଡିଆ କେସରେ ଗିରଫ ହୋଇଥିବା ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କୁ ସିବିଆଇ ରାଉଜ ଏଭେନ୍ୟୁ ସ୍ଥିତ ସିବିଆଇ ସ୍ଵତନ୍ତ୍ର କୋର୍ଟରେ ହାଜର କରିଛି। ଏହା ପୂର୍ବରୁ ସିବିଆଇ ପି ଚିଦାମ୍ବରମଙ୍କୁ ଅନେକ ଘଣ୍ଟା ଜେରା କରିଛି। ଏହା ମଧ୍ୟରେ ଚିଦାମ୍ବରମଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭି ଓ ତାଙ୍କର ପୁଅ କାର୍ତ୍ତି ଚିଦାମ୍ବରମ କୋର୍ଟରେ ପହଞ୍ଚି ସାରିଛନ୍ତି। ଆଇଏନଏକ୍ସ ମିଡିଆ ସମ୍ବନ୍ଧିତ ଭ୍ରଷ୍ଟାଚାର ତଥା ଧନଶୋଧନ ମାମଲାରେ ଆରୋପୀ ଚିଦାମ୍ବରମଙ୍କୁ ସିବିଆଇ ଜଜ ଅଜୟ କୁମାର କୁହାରଙ୍କ କୋର୍ଟରେ ହାଜର କରାଯାଇଛି। ଏହି ସମୟରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ରିମାଣ୍ଡରେ ନେବା ପାଇଁ ଅଧିକରୁ ଅଧିକ ସମୟ ଦାବି କରିବ। ଏହା ପୂର୍ବରୁ ମଧ୍ୟ ସିବିଆଇ ଚିଦାମ୍ବରମଙ୍କୁ ଜେରା କରିବା ରିମାଣ୍ଡରେ ନେବାକୁ ଦାବି କରିଥିଲା।

ରାଉଜ ଏଭେନ୍ୟୁ କୋର୍ଟରେ ଚିଦାମ୍ବରମଙ୍କ ହାଜରକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ସ୍ଥାନୀୟ ଗୁଇନ୍ଦା ବିଭାଗର ସ୍ଵତନ୍ତ୍ର ବ୍ରାଞ୍ଚ ଅଫିସର ସାଦା  ପୋଷାକରେ କୋର୍ଟ ଭିତରେ ଏବଂ ବାହାରେ ମୁତୟନ ଅଛନ୍ତି। ପି. ଚିଦାମ୍ବରମଙ୍କ ପକ୍ଷରୁ ବରିଷ୍ଠ ଓକିଲ ତଥା କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଯୁକ୍ତି ରଖିବେ। ଅନ୍ୟ ପକ୍ଷେ ସିବିଆଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ପକ୍ଷ ରଖିବେ।

Related Posts