ପଦ୍ମପୁରରେ ହେବ ଉପନିର୍ବାଚନ: ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି

ଭୁବନେଶ୍ବର: ପଦ୍ମପୁର ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡିଶା ବିଧାନସଭା ପକ୍ଷରୁ ଏନେଇ ବିଧିବଦ୍ଧ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ପକ୍ଷରୁ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡିଛି ପଦ୍ମପୁର ବିଧାନସଭା ଆସନ । ଖାଲି ହୋଇଥିବା ଏହି ଆସନ ନେଇ ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଛି । ବିଧାନସଭା ପକ୍ଷରୁ ସଚିବ ଦାଶରଥି ଶତପଥୀଙ୍କ ପକ୍ଷରୁ ଏହି ପ୍ରକାଶ ପାଇଛି । ଗତ ସୋମବାର ଭୋରୁ 65 ବର୍ଷ ବୟସରେ ଆଖି ବୁଜିଥିଲେ ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହା । ଦୀର୍ଘ 2 ବର୍ଷ ହେବ ଅସୁସ୍ଥତା କାରଣରୁ ଚିକିତ୍ସିତ ହେଉଥିଲେ ବିଜୟ । ଚିକିତ୍ସାଧିନ ଅବସ୍ଥାରେ ବିଜୟଙ୍କର ମୃତ୍ୟୁ ହୋଇଥିବାବେଳେ ସେ ପଦ୍ମପୁରରୁ 5 ଥର ବିଧାୟକ ଥିଲେ । 1990 ଓ 1995ରେ ସେ ଜନତା ଦଳ ଟିକେଟରେ ବିଧାନସଭା ଆସିଥିଲେ ।ସେହିପରି 2000, 2009 ଓ 2019ରେ ବିଜେଡି ଟିକେଟରେ ବିଜୟ ବିଜୟୀ ହୋଇଥିଲେ । 2014 ରେ ସେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାସ୍ତ ହୋଇଥିଲେ । ନିୟମ ଅନୁସାରେ କୌଣସି ନିର୍ବାଚିତ ଲୋକ ପ୍ରତିନିଧିଙ୍କର ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୁଏ । ନିର୍ବାଚନ ପ୍ରକ୍ରିୟା ଦେହାନ୍ତର 6 ମାସ ମଧ୍ୟରେ ଶେଷ କରିବା ଲାଗି ନିୟମ ରହିଛି । ଯଦି ପରବର୍ତ୍ତୀ ସାଧାରଣ ନିର୍ବାଚନକୁ 6 ମାସରୁ କମ ରହିଥାଏ, ତେବେ ଉପ ନିର୍ବାଚନର ଆବଶ୍ୟକତା ପଡେ ନାହିଁ । ଆସନ୍ତା ସାଧାରଣ ନିର୍ବାଚନ ବିଳମ୍ବ ଥିବାରୁ ଉପ ନିର୍ବାଚନର ଆବଶ୍ୟକତା ରହିଛି । ତେଣୁ ଏନେଇ ବିଧାନସଭା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି

Related Posts