ହସ୍ପିଟାଲରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କୁ ଭେଟିଲେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ

ଚଣ୍ଡିଗଡ: ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ଏନେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ତାଙ୍କୁ ଭେଟିଛନ୍ତି । ବୁଧବାର ଲାଲୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପହଞ୍ଚି ମୁଲାୟମ ଯାଦବଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସେଠାରେ ସେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ସାକ୍ଷାତ କରିଛନ୍ତି ଏବଂ ତାଙ୍କ ବାପାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଧୀରେ ଧୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସୁସ୍ଥ ହେଉଛନ୍ତି । ଡାକ୍ତର ତାଙ୍କର ସ୍ବାସ୍ଥ୍ୟରେ ଉନ୍ନତି ଆସିଥିବା କହୁଥିବା ହସ୍ପିଟାଲରୁ ବାହାରି ଲାଲୁ ପ୍ରସାଦ ସୂଚନା ଦେଇଛନ୍ତି ।

ଲାଲୁଙ୍କ ପୂର୍ବରୁ ବୁଧବାର ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ମେଦାନ୍ତ ହସ୍ପିଟାଲରେ ପହଞ୍ଚି ମୁଲାୟମ ସିଂହ ଯାଦବଙ୍କୁ ଭେଟିଥିଲେ । ପୁଅ ଅଖିଳେଶ ଯାଦବ ଏବଂ ଅନ୍ୟାନ୍ୟ ପରିବାରବର୍ଗଙ୍କ ସହ ଦେଖା କରି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ମୁଲାୟମ ଯାଦବଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି । ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବାକୁ କିଛି ଦିନ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ ଖଟ୍ଟର ଜଣାଇଛନ୍ତି । ମନୋହର ଲାଲ୍ ଖଟ୍ଟର ସେହି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କୁ ମଧ୍ୟ ଭେଟି ସ୍ବାସ୍ଥ୍ୟବସ୍ଥା ବାବଦରେ ଅବଗତ ହୋଇଛନ୍ତି ।

Related Posts