
ନୂଆଦିଲ୍ଲୀ : ପଦ୍ମପୁର ଉପନିର୍ବାଚନକୁ ନେଇ ବାଜି ସାରିଛି ନିର୍ବାଚନ ବିଗୁଲ । ଆସନ୍ତା ମାସ ୫ରେ ଅନୁଷ୍ଠିତ ହେବ ନିର୍ବାଚନ। ତେବେ ଏନେଇ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ପକ୍ଷରୁ ସାଧାରଣ ଓ ପୋଲିସ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି।
ସାଧାରଣ ପର୍ଯ୍ୟବେକ୍ଷକ ଭାବେ ଆସାମ-ମେଘାଳୟ କ୍ୟାଡର ଆଇଏଏସ୍ ମାନବେନ୍ଦ୍ର ପ୍ରତାପ ସିଂହଙ୍କୁ ନିଯୁକ୍ତି କରାଯାଇଛି। ଶ୍ରୀ ସିଂହ ନଭେମ୍ବର ୧୭ରୁ ଡିସେମ୍ବର ୮ ପର୍ଯ୍ୟନ୍ତ ମୁତୟନ ହେବେ।
ସେହି ଭଳି ବିହାର କ୍ୟାଡର୍ ଆଇପିଏସ୍ ନବୀନ ଚନ୍ଦ୍ର ଝାଙ୍କୁ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଝା ନଭେମ୍ବର ୧୭ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ପଦ୍ମପୁରରେ ମୁତୟନ ହେବେ। ଛତିଶଗଡ଼ ଭାନୁପ୍ରତାପପୁର ଉପନିର୍ବାଚନ ପାଇଁ ଆନ୍ଧ୍ର କ୍ୟାଡର୍ ଓଡ଼ିଆ ଆଇପିଏସ୍ ଅଭିଷେକ ମହାନ୍ତିଙ୍କୁ ପୋଲିସ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ମାସ ୫ ତାରିଖରେ ଓଡ଼ିଶାର ପଦ୍ମପୁର ସମେତ ଦେଶର ୫ ରାଜ୍ୟରେ ୫ ଟି ବିଧାନସଭା ପାଇଁ ଉପନିର୍ବାଚନ ହେବ