ଆଜି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ

ପଦ୍ମପୁର : ଆଜି 12 ଘଣ୍ଟିଆ ପଦ୍ମପୁର ବନ୍ଦ । ଚାଷୀ ମାନଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । HDFC ARGO କମ୍ପାନୀର ମନମୁଖୀ, ବିଭ୍ରାଟ, ବିଳମ୍ବ, ଅନିୟମିତତା ଏବଂ ଫସଲ ବୀମା ଆଇନକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି ।

ଆଜି ଅର୍ଥାତି ୧୮ ଜୁଲାଇ ସକାଳ ୬ଟା ରୁ ସନ୍ଧ୍ୟା ୬ ପ୍ରର୍ଯ୍ୟନ୍ତ ପଦ୍ମପୁର ସବଡିଭିନର ସମସ୍ତ ଅଫିସ, ରାସ୍ତା, ଗାଡି ମଟର, ଦୋକାନ ବଜାର ବନ୍ଦ କରିବା ପାଇଁ ରାଜବୋଡ଼ା ସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଛି ।

ଏହି ଆନ୍ଦୋଳନକୁ ସମର୍ଥନ କରି ବିଭିନ୍ନ ରାଜନୈତିକ ଦଳ ମାନେ ସମର୍ଥନ ଜଣାଇଛନ୍ତି । ଅନେକ କୃଷକ ସଙ୍ଗଠନ ମାନେ ସକ୍ରିୟ ସହଯୋଗ କରୁଛନ୍ତି । ଏଣୁ ଉକ୍ତ ସମସ୍ୟାର ଗୁରୁତ୍ତ୍ୱତା ଓ ଚାଷୀମାନଙ୍କ ସ୍ୱାର୍ଥ ଲୋକଙ୍କ ମଧ୍ୟ ରହିଛି ।

Related Posts