ଏୟାରହୋଷ୍ଟେସମାନଙ୍କ ପାଇଁ ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟତାମୂଳକ କଲା ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ

କରାଚୀ: ଏୟାରହୋଷ୍ଟେସ ଭାବେ ଚାକିରି କରିବାକୁ ହେଲେ ଅନ୍ତବସ୍ତ୍ର ପିନ୍ଧିବାକୁ ପଡ଼ିବ । ଏନେଇ ବାଧ୍ୟତାମୂଳକ କରିଛି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ | ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(ପିଆଇଏ) ପକ୍ଷରୁ ଏହାର କ୍ୟାବିନ କ୍ରୁଙ୍କୁ ଠିକ ଭାବେ ଅନ୍ତବସ୍ତ୍ର ପିନ୍ଧିବାକୁ କହିଛି | ଅର୍ଥାତ ପିଆଇଏ ପକ୍ଷରୁ କୁହାଯାଇଛି ଯେ ଅନ୍ତବସ୍ତ୍ର ପିନ୍ଧିବାକୁ ବାଧ୍ୟ |

ରିପୋର୍ଟ ଅନୁଯାୟୀ, ବିମାନରେ ଅନ୍ତବସ୍ତ୍ର ପିନ୍ଧିବା ଆବଶ୍ୟକ ବୋଲି ପିଏଆଇ କ୍ରୁଙ୍କୁ କହିଛି। ପିଆଇଏର କହିବା ମୁତାବକ ଅନ୍ତବସ୍ତ୍ର ନ ପିନ୍ଧିବା ଦ୍ୱାରା କ୍ୟାବିନ କ୍ରୁ ତାଙ୍କର ପୋଷାକ ଦ୍ୱାରା ଏୟାରଲାଇନ୍ସର ଛବିକୁ ମଳିନ କରୁଛନ୍ତି |

ପିଆଇଏ ଜେନେରାଲ ମ୍ୟାନେଜର ଆମୀର ବଶୀରଙ୍କ ଦ୍ୱାରା ପଠାଯାଇଥିବା ଏକ ନିର୍ଦ୍ଦେଶରେ କୁହାଯାଇଛି, “ଏହା ଅତ୍ୟନ୍ତ ଚିନ୍ତାର ବିଷୟ ଯେ ଯାତ୍ରା ସମୟରେ କିଛି କ୍ୟାବିନ କର୍ମଚାରୀ କାଜୁଆଲ୍ ପୋଷାକ ପିନ୍ଧୁଛନ୍ତି । ଯାତ୍ରୀଙ୍କ ମଧ୍ୟରେ ଏହା ଏକ ଖରାପ ପ୍ରଭାବ ପକାଉଛି । ତେଣୁ ସମସ୍ତେ ଯେଭଳି ଅନ୍ତବସ୍ତ୍ର ପିନ୍ଧିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି | ପୁରୁଷ ଏବଂ ମହିଳାଙ୍କ ଦ୍ୱାରା ପିନ୍ଧାଯାଇଥିବା ପୋଷାକ ଆମର ସାଂସ୍କୃତିକ ତଥା ଜାତୀୟ ନୈତିକତା ଅନୁଯାୟୀ ହେବା ଉଚିତ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି। ତେବେ ଅନ୍ତବସ୍ତ୍ରକୁ ନେଇ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାର ଆବଶ୍ୟକତା କଣ ତାହାକୁ ନେଇ ପ୍ରଶ୍ନ ଉଠିଛି |

Related Posts