ପାକିସ୍ତାନର ନୂଆ ଆରୋପ, ପେଗାସସ ସାହାଯ୍ୟରେ ଭାରତ ଇମ୍ରାନଙ୍କ ଫୋନକୁ ହ୍ୟାକ କରିଛି; ଏନେଇ ମିଳିତ ଜାତିସଂଘର ସହାୟତା ଲଡିଲା ପାକିସ୍ତାନ

imran khan

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ବର୍ତ୍ତମାନ ସାରା ଦେଶରେ ପେଗାସସକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଇତିମଧ୍ୟରେ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନରେ ଇସ୍ରାଏଲର ଗୁପ୍ତଚର ସଫ୍ଟୱେୟାର ପେଗାସସକୁ ଭାରତରେ ଭର୍ତ୍ତି କରାଯାଇଥିବା ଖବର ସାମ୍ନାକୁ ଆସିଛି । ଏନେଇ ପାକିସ୍ଥାନ ଚିନ୍ତା ପ୍ରକଟ କରିବା ସହ ମିଳିତ ଜାତିସଂଘରୁ ସମଗ୍ର ଘଟଣାର ବ୍ୟାପକ ତଦନ୍ତ କରାଯାଉ ବୋଲି ଦାବି କରିଛି । ଅପରିପକ୍ଷେ ଯେଉଁ ଅନ୍ତର୍ଜାତୀୟ ରିପୋର୍ଟରେ ଭାରତ ସରକାର ଇସ୍ରାଏଲ ଗୁପ୍ତଚର ବ୍ୟବହାର କରୁଛନ୍ତି ତାହା ଉପରେ ଆମେ ଦୃଷ୍ଟି ରଖିଛୁ ବୋଲି ଭାରତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଅନ୍ୟପଟେ ଭାରତ ସରକାର ଏହାକୁ ସମର୍ଥନ କରୁଥିବାର କହିଛି ପାକିସ୍ତାନ । ଏହା ସହ ଏପରି ଗୁପ୍ତଚର କାର୍ଯ୍ୟ ବିଶ୍ୱର ନିୟମ ଏବଂ ଦାୟିତ୍ୱ ପୂର୍ଣ୍ଣ ଆଚରଣର ଉଲ୍ଲଘଂନ ବୋଲି ପାକିସ୍ତାନ କହିଛି । ଖୁବଶୀଘ୍ର ଏହି ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡିତ କରିବା ନେଇ ମିଳିତ ଜାତିସଂଘ ନିକଟରେ ନିବେଦନ କରିଛି ପାକିସ୍ତାନ । ଭାରତ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରିବା ସହ ଏହା ଭାରତୀୟ ଗଣତନ୍ତ୍ରକୁ ବଦନାମ କରିବାର ଷଡଯନ୍ତ୍ର ବୋଲି କହିଛି ।

Related Posts