ପାଲଲହଡା: ବେଆଇନ ମାଟି ଚାଲାଣ ବେଳେ ବନ ବିଭାଗର ଚଢ଼ାଉ, ଜେସିବି ମେସିନ ଓ ଟ୍ରାକ୍ଟର ଅଟକ

ସତ୍ୟପାଠ, 2/3: ପାଲଲହଡା ଅଞ୍ଚଳରେ ଥମୁନି ବାଲି ଓ ମାଟିର ବେଆଇନ ଚୋରା ଚାଲାଣ | ପ୍ରଶାସନର ନାକ ତଳେ ଦୈନିକ ଶହ ଟ୍ରିପ ବାଲି ଓ ମାଟି ଚାଲାଣ ହେଉଥିଲେ ସୁଦ୍ଧା ବାରମ୍ବାର ଅଭିଯୋଗ ପରେ ବି ସ୍ଥାନୀୟ ପ୍ରଶାସନର ନିଦ ଭାଙ୍ଗୁ ନ ଥିବା ପାଲଲହଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ସାଧାରଣ ଲୋକ ଟିଏ ଘର ଟିଏ କଲେ ଆବଶ୍ୟକ ବାଲି ଓ ମାଟି ଆଣିଲେ ରାଜସ୍ୱ ବିଭାଗର ନଜରରେ ଆସିଲେ ହଜାର ହଜାର ଟଙ୍କା ଫାଇନ କାଟି ଦେଉ ଥିବା ବେଳେ ଠିକଦାର ମାନେ ଯେତେବେଳେ ରାସ୍ତା କାମ ଓ ଅନ୍ୟାନ୍ୟ କାମ ରେ ଆବଶ୍ୟକିୟ ଶହ ଶହ ଟ୍ରିପ ବାଲି ଓ ମାଟି ଦିନ ରାତି ଜେସିବି ମେସିନ ଓ ଟ୍ରାକଟର ସାହାଯ୍ୟରେ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଛି | ହେଲେ ସ୍ଥାନୀୟ ପ୍ରଶାସନ ଏସବୁକୁ ଆଖି ବୁଜିଦେଇ ଆସୁଛି |

ସୂଚନା ଅନୁସାରେ ପାଲଲହଡା ଟାଉନ ଠାରୁ ମାତ୍ର ଚାରି କିଲୋମିଟର ଦୂର ଈଶ୍ୱରନଗର ପଂଚାୟତର କୁବୁଲି ଗାଁ ନିକଟରେ ଥିବା ସରକାରୀ ଜଙ୍ଗଲରୁ ବିଗତ ପନ୍ଦର ଦିନ ହେବ ଦିନ ରାତି ଜେସିବି ମେସିନ ଓ ଆଠରୁ ଦଶ ଟି ଟ୍ରାକଟର ସହାୟତାରେ ଶହ ଶହ ଟ୍ରିପ ମାଟି ମିଶା ମୋରମ ଉଠାଯାଇ ନିକଟରେ ରାସ୍ତା କାମ ରେ ବିଛା ଯାଉଛି | ହେଲେ ଏନେଇ ରାଜସ୍ୱ ବିଭାଗ ଓ ବନ ବିଭାଗ ଠାରୁ କୌଣସି ଅନୁମତି ନିଆଯାଇ ନାହିଁ | ଆଜି ଦିନ ତମାମ ମାଟି ଚାଲାଣ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବନ ବିହାଗ ଅଧକାରୀ ଶ୍ରୀରମେଶ ଚନ୍ଦ୍ର ତ୍ରିପାଠୀଙ୍କ ନିର୍ଦେଶରେ ଟାଉନ ଫୋରେଷ୍ଟର ଶ୍ରୀ ଶ୍ୟାମ ସୁନ୍ଦର ବେହେରା ସନ୍ଧ୍ୟା ସମୟରେ ଘଟଣା ସ୍ଥଳକୁ ଯାଇ ଏକ ଜେସିବି ମେସିନ ଓ ଟ୍ରାକଟର ଜବତ କରିଛନ୍ତି | ଏନେଇ ବନ ବିଭାଗ ଅଧିକାରୀ କହିଛନ୍ତି, ଆମେ ଗୋଟିଏ ଟ୍ରାକଟର ଓ ଜେସିବି ମେସିନ ଅଟକ ରଖିଛୁ ଆସନ୍ତା କାଲି ତଦନ୍ତ କରିବୁ ଯଦି ବ୍ୟବହୃତ ଗାଡି ଗୁଡିକ ସରକାରୀ ସ୍ଥାନରୁ ମାଟି ଉଠାଇ ଥିବେ ସରକାରୀ ନିୟମ ମୁତାବକ ମୋଟା ଅଙ୍କର ଫାଇନ କଟା ଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବl

ରିପୋର୍ଟ: ସୁବ୍ରତ ଦାସ

Related Posts