ପାତ୍ରା ଚୌଲ ଜମି ଦୁର୍ନୀତି ମାମଲା; ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ରାଓତଙ୍କୁ ବଡ ଆଶ୍ୱସ୍ତି ମିଳିଛି। ପାତ୍ରାଚୌଲ ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ତାଙ୍କୁ ଜାମିନ ମିଳିଛି । ତେବେ ଏହି ମନି ଲଣ୍ଡ୍ରିଂ ମାମଲାରେ ସଂଜୟ ରାଓତ ୧୦୦ରୁ ଅଧିକ ଦିନ ହେବ ଜେଲରେ ରହିଥିଲେ । ଆଜି ସ୍ୱତନ୍ତ୍ର ପିଏମଏଲଏ କୋର୍ଟ ତାଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି । କୋର୍ଟ ତରଫରୁ ସଂଜୟ ରାଉତଙ୍କ ସମେତ ଏହି ମାମଲାରେ ଅଭିଯୁକ୍ତଭାବେ ଜେଲରେ ଥିବା ପ୍ରବୀଣ ରାଉତଙ୍କୁ ବି ଜାମିନ ପ୍ରଦାନ କରିଛନ୍ତି ।

ସୂଚନା ଅନୁସାରେ, ପାତ୍ରାଚୌଲ ଜମି ଦୁର୍ନୀତି ମାମଲାରେ ଗତ ଅଗଷ୍ଟ ମାସରେ ସଂଜୟଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୧୦୩୯ କୋଟି ଟଙ୍କାର ଏହି ପାତ୍ରାଞ୍ଚଳ ଜମି ଦୁର୍ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ମାମଲାରେ ତଦନ୍ତ କରୁଥିବା ଇଡି ତରଫରୁ ପ୍ରଥମ ସଂଜୟ ରାଉତଙ୍କ ବାସଭବନରେ ଚଢାଉ କରାଯାଇଥିଲା । ସେହି ଚଢାଉଦିନ ଶେଷ ମୁହୁତ୍ୱରେ ସଂଜୟଙ୍କୁ ଗିରଫ କରାଯାଇଥିଲା । ଏହି ଚଢାଉ ବେଳେ ସଂଜୟଙ୍କ ବାସଭବନରୁ ୧୧.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଏହାସହହ ସମାନ ମାମଲାରେ ସେପ୍ଟେମ୍ବର ମାସରେ ଇଡି ତରଫରୁ ସଂଜୟଙ୍କ ପତ୍ନୀ ବର୍ଷା ରାଉତଙ୍କୁ ମଧ୍ୟ ପଚରା ଉଚରା କରିଥିଲା । ଏହାସହ ସଂଜୟ ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ୧୧.୧୫ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଇଡି ଜବତ କରିଛି ।

Related Posts