ଶିକ୍ଷୟିତ୍ରୀଙ୍କ ବହିଷ୍କାର ଦାବିରେ ଆଦର୍ଶ ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିକ୍ଷୟିତ୍ରୀଙ୍କ ବହିଷ୍କାର ଦାବିରେ ଆଦର୍ଶ ସ୍କୁଲରେ ତାଲା ପକାଇଲେ ଅଭିଭାବକ । ତେବେ ଢେଙ୍କାନାଳ ଜିଲ୍ଲା ଓଦାପଡା ବ୍ଲକର ଓଡିଶା ଆଦର୍ଶ ସ୍କୁଲରେ ତାଲା ପକାଇ ଦେଇଛନ୍ତି ଅଭିଭାବକ । ସଦର ଥାନା ଅନ୍ତର୍ଗତ ଅଂକରାନ୍ତିପୁରଠାରେ ଅବସ୍ଥିତ ଏହି ଆଦର୍ଶ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇ ଅଭିଭାବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ଏହି ସ୍କୁଲରେ ଅବସ୍ଥାପିତ ଜଣେ ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ମାନମାନି ଓ ବ୍ୟବହାରରେ ଅଭିଭାବକମାନେ ଅତିଷ୍ଠ ହୋଇ ଏହି ପ୍ରତିବାଦ କରିଛନ୍ତି । ଯାହାକୁ ନେଇ ସ୍କୁଲରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ସ୍କୁଲର ଏହି ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ବହିଷ୍କାର ଦାବି କରିଛନ୍ତି ଅଭିଭାବକ ।

Related Posts