ସ୍କୁଲ ପିଲାଙ୍କୁ କାମ କରାଇବାର ଭିଡିଓ ଭାଇରାଲ୍ ହେବା ପରେ ପ୍ରଧାନଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସ୍କୁଲ ପିଲାଙ୍କୁ କାମ କରାଇବାର ଭିଡିଓ ଭାଇରାଲ୍ ହେବା ପରେ ପ୍ରଧାନଶିକ୍ଷକ ନିଲମ୍ବିତ । ତେବେ ଯାଜପୁର ଜିଲ୍ଲା ବାହାଦୁରନଗର ନୋଡାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ନିଲମ୍ବନ କରାଯାଇଛି। ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ଏହି ଘଟଣା ସଂପର୍କରେ ଏକ ରିପୋର୍ଟ ଦେବାକୁ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ବଡ଼ଚଣା ବିଇଓଙ୍କୁ ଡିଇଓ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ହାତୁଡ଼ି ଓ ଅନ୍ୟାନ୍ୟ ଉପକରଣରେ ବାହାଦୂରନଗର ନୋଡାଲ ୟୁପି ସ୍କୁଲର ପିଲମାନେ ଶ୍ରେଣୀ ଗୃହ ଚଟାଣକୁ ଖୋଳୁଥିବା ଆମେ ଡିଜିଟାଲ ଓ ପ୍ରିଣ୍ଟ୍ ମିଡିଆରୁ ଜାଣିବାକୁ ପାଇଲୁ। ପ୍ରଧାନଶିକ୍ଷକ ପ୍ରମୋଦ କୁମାର ଦାସ ପିଲାମାନଙ୍କୁ ଶ୍ରମିକମାନଙ୍କ ଭଳି କାମ କରାଉଥିବା ଆମ ନଜରକୁ ଆସିଛି। ଏହା ଶିଶୁ ସୁରକ୍ଷା ଅଧିକାର ଗାଇଡଲାଇନ୍କୁ ଉଲ୍ଲଂଘନ କରୁଛି। ସଂପୃକ୍ତ ପ୍ରଧାନଶିକ୍ଷକ ତାଙ୍କ ପଦ ଓ କ୍ଷମତାର ଅନୁଚିତ୍ ବ୍ୟବହାର କରିଛନ୍ତି।

Related Posts