୩୦ରୁ ଅଧିକ ନେତା କଂଗ୍ରେସ ଛାଡ଼ିବାକୁ ନେଇ ପିସିସି ସଭାପତିଙ୍କ ପ୍ରତିକ୍ରିୟା: କଂଗ୍ରେସ ଛାଡ଼ନ୍ତୁ ନାହିଁ, ଆମେ ଏକାଠି କାମ କରିବା

ଭୁବନେଶ୍ୱର: କ୍ରାନ୍ତି ଦିବସରେ କଙ୍ଗ୍ରେସ କୁ ବଡ଼ ଝଟକା ଲାଗିଛି । ୩୦ରୁ ଅଧିକ ନେତା କଂଗ୍ରେସ ଛାଡ଼ିଛନ୍ତି। ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ମୋ ପାଖରେ କାହା ଇସ୍ତଫାପତ୍ର ପହଞ୍ଚିନାହିଁ । ମୁଁ ସମସ୍ତଙ୍କୁ କହିବି କଂଗ୍ରେସ ଛାଡ଼ନ୍ତୁ ନାହିଁ । ଆମେ ଏକାଠି କାମ କରିବା । ଯଦି କାହାର ବ୍ୟକ୍ତିଗତ କାରଣ ଥିବ, ସେଇଟା ଅଲଗା କଥା ।

ସୂଚନାଯୋଗ୍ୟ, ପୂର୍ବତନ ଏମ୍‌ପି ରାଧାକାନ୍ତ ଦିଗଲ, ପୂର୍ବତନ ବିଧାୟକ ରବି ବେହେରା, ପିସିସିର ପୂର୍ବତନ ସମ୍ପାଦକ ତଥା ମୁଖପାତ୍ର ନିକୁଞ୍ଜ ପଶାୟତ, ପୂର୍ବତନ ମୁଖପାତ୍ର ଅଶୋକ ସାମଲ, ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, ଜାତୀୟ ସଂଯୋଜକ ସୌମ୍ୟ ମିଶ୍ର , ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ ବାରିକ, ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଅକ୍ଷୟ ମଲ୍ଲ, ଛାତ୍ର କଂଗ୍ରେସ ସମ୍ପାଦକ ପ୍ରବୀଣ ବୋଦଲା ପ୍ରମୁଖ କଂଗ୍ରେସ ଛାଡ଼ିଛନ୍ତି ।

ସେମାନେ ଖବରଦାତା ସମ୍ମିଳନୀ କରି କହିଛନ୍ତି, କଂଗ୍ରେସ ଦଳ ନୀତି ଆଦର୍ଶରୁ ବିଚ୍ୟୁତ ହୋଇଛି । ବର୍ତ୍ତମାନର ପିସିସି ସଭାପତି ଶରତ ପଟ୍ଟନାୟକ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛନ୍ତି। ଶରତ ପଟ୍ଟନାୟକ ଦୀର୍ଘ ଦିନ ହେବ ସଂଗଠନ ସହିତ ସକ୍ରିୟ ଭାବେ ଜଡିତ ନ ଥିଲେ। ତେଣୁ ଏବେ ସେ ସଠିକ ଢଙ୍ଗରେ କାର୍ଯ୍ୟ କରି ପାରୁନାହାନ୍ତି ବୋଲି ପିସିସିର ପୂର୍ବତନ ମୁଖପାତ୍ର ଅଶୋକ ସାମଲ କହିଛନ୍ତି । ତେଣୁ ଦଳରେ ରହିବା ସମ୍ଭବ ହେଉନାହିଁ।

Related Posts