ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୯ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି । ଆଜି ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଯାଉଛି । ଏହି ବୈଠକରେ ଯୋଗ ଦେବେ ୨୩ଟି ଆଞ୍ଚଳିକ ଓ ଜାତୀୟ ଦଳ । ଏହା ମଧ୍ୟରେ ଶିବସେନା (UBT) ସାଂସଦ ସଞ୍ଜୟ ରାଉତଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ସେ କହିଛନ୍ତି, “ରାହୁଲ ଗାନ୍ଧୀଙ୍କ ବିରୋଧରେ ପ୍ରଶ୍ନ ଉଠାଉଥିବା ଲୋକମାନେ ମୂର୍ଖ ଲୋକ। ସେ ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଲୋକପ୍ରିୟ ଏବଂ ଉତ୍ସାହୀ ନେତା।

ସରକାର ତାଙ୍କୁ ଭୟ କରୁଛନ୍ତି । ଆମେ ଆଜି ଇଣ୍ଡିଆ ବ୍ଲକ୍ ବୈଠକରେ ଅଂଶଗ୍ରହଣ କରିବୁ । କିନ୍ତୁ ଏହି ବୈଠକର କେବଳ ଗୋଟିଏ ଏଜେଣ୍ଡା, ଦେଶକୁ ବିଶ୍ୱାସଘାତକତା କରିଥିବା ଲୋକଙ୍କୁ ଗାଦିଚ୍ୟୁତ କରିବା ବୋଲି ସାଂସଦ ସଞ୍ଜୟ ରାଉତ କହିଛନ୍ତି । ସେପଟେ ବୈଠକରେ ଡିଏମକେ ଓ ଜେଏମଏମ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି । ଆଉ ଯେଉଁମାନେ ବୈଠକରେ ଯୋଗ ଦେଉନାହାନ୍ତି, ସେମାନେ ମଧ୍ୟ ନରେନ୍ଦ୍ର ମୋଦି ସରକାରଙ୍କ ନୀତି ପ୍ରତି ସେମାନଙ୍କର “କଠୋର ବିରୋଧ” ପ୍ରକାଶ କରିଛନ୍ତି।