ବିବାଦ ଓ କାର୍ଯ୍ୟାନୁଷ୍ଠାନ ପରେ କ୍ଷମା ମାଗିଲା ପରଫ୍ୟୁମ୍ କମ୍ପାନୀ Shot

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିବାଦ ଓ କାର୍ଯ୍ୟାନୁଷ୍ଠାନ ପରେ କ୍ଷମା ମାଗିଲା ପରଫ୍ୟୁମ୍ କମ୍ପାନୀ ଶଟ୍ । ତେବେ ଶଟ୍’ ଯେଉଁ ବିଜ୍ଞାପନ ଦେଖାଉଥିଲା ତାହା ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଥିଲା ବୋଲି ମହିଳା କମିଶନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ। ଏହାପରେ ମନ୍ତ୍ରାଳୟ ମଧ୍ୟ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଇ ସମସ୍ତ ଭିଡିଓକୁ ୟୁଟ୍ୟୁବ୍ ଓ ଟ୍ୱିଟରରୁ ହଟାଇ ନେବାକୁ ଜୁନ ୪ ତାରିଖରେ ନର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରମନ୍ତ୍ରାଳୟର କାର୍ୟ୍ୟାନୁଷ୍ଠାନ ପରେ ଆଜି କ୍ଷମା ମାଗିଛି ପର୍ଫ୍ୟୁମ କମ୍ପାନୀ କ୍ଷବଚ୍ଚରକ୍ସ’କ୍ସ ଗ୍ଦଷକ୍ଟଗ୍ଧ । ଏନେଇ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି “ଆମ ବିଜ୍ଞାପନ ପାଇଁ ବିଭିନ୍ନ ବର୍ଗରେ କ୍ରୋଧ ସୃଷ୍ଟି ହୋଇଛି। ଏଣୁ ଆମେ ଏଥିପାଇଁ ଦାୟିତ୍ୱସମ୍ପନ୍ନ ଭାବେ କ୍ଷମାପ୍ରାର୍ଥନା କରୁଛୁ।”କ୍ଷମା ମାଗିବା ସହ ଏହି ବିଜ୍ଞାପନକୁ ସବୁ ଗଣମାଧ୍ୟମରୁ ହଟାଇ ଦେବାକୁ କମ୍ପାନୀ କହିଛି। ଏ ନେଇ କମ୍ପାନୀ ଜାରି କରିଥିବା ବିବୃତ୍ତି ପତ୍ରରେ କହିଛି ” ତୁରନ୍ତ କାର୍ୟ୍ୟାକାରୀ ଅନୁସାରେ, ୪ ଜୁନ ଠାରୁ ଏହି ବିଜ୍ଞାପନକୁ ପ୍ରସାରଣ ନ କରିବାକୁ ଆମେ ଆମର ସମସ୍ତ ମିଡିଆ ପାର୍ଟନରମାନଙ୍କୁ ନିର୍ଦ୍ଦେଶ ଦେଇଛୁ।” କମ୍ପାନୀ ଆହୁରି ମଧ୍ୟ କହିଛି ଯେ ଦେୟ ଓ ବାଧ୍ୟତାମୁଳକ ଅନୁମୋଦନ ପରେ ବିଜ୍ଞାପନ ପ୍ରସାରଣ କରାଯାଇଥିଲା।

ତେବେ ବିଜ୍ଞାପନ ପଛରେ କାହାକୁ ଆହତ ପହଞ୍ଚାଇବା କାହା ଭାବନାକୁ ଆଘାତ ଦେବା କି ମହିଳାଙ୍କ ବିରୋଧରେ ଅପସଂସ୍କୃତିକୁ ପ୍ରୋତ୍ସାହନ କରିବା ଆମର ଉଦ୍ଦେଶ୍ୟ ନଥିଲା ବୋଲି ଶଟ କହିଛି। ବିଜ୍ଞାପନକୁ ବିରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ। ‘ଶଟ୍’ ପର୍ଫ୍ୟୁମ୍ର ବିଜ୍ଞାପନ ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି ବୋଲି କମିଶନ ଅଭିଯୋଗ କରିଥିଲେ। ତେଣୁ କମ୍ପାନୀ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଥିଲେ ସ୍ୱାତୀ। ନିଜ ଆଡ଼ୁ ଘଟଣାକୁ ଗୁରୁତର ସହ ନେଇ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ମହିଳା କମିଶନ। ତା ସହ ମାମଲା ରୁଜୁ କରିବାକୁ ଦିଲ୍ଲୀ ପୁଲିସକୁ ମଧ୍ୟ କମିଶନ ପକ୍ଷରୁ ନୋଟିସ କରାଯାଇଛି।

Related Posts